ଆଜି ପୁଣି ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ:  ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି କରାଯାଇଛି। ଆଜି ଡିଜେଲର ମୂଲ୍ୟ ୯ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇଛି।  ବର୍ତ୍ତମାନ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ମଧ୍ୟ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ମୁମ୍ବାଇରେ ପୂର୍ବରୁ ପେଟ୍ରୋଲ୍ ଦର ସେଞ୍ଚୁରୀ ମାରି ସାରିଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ଦେଶର ସମସ୍ତ ବଡ଼ ସହରରେ ପେଟ୍ରୋଲ୍ ଦର ଶହେ ପାର୍ କରିଛି । ମୁମ୍ବାଇରେ ପେଟ୍ରୋଲର ଦାମ ୧୦୬.୫୯ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୭.୧୮ ଟଙ୍କାରେ ବିକ୍ରି କରାଯାଉଛି।

କୋଲକାତାରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପିଛା ୧୦୦.୬୨ ଟଙ୍କା ଓ ଡିଜେଲ ୯୨.୬୫ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୧.୩୭ ଟଙ୍କା ଓ ୯୪.୧୫ ଟଙ୍କା ରହିଛି।

Leave A Reply

Your email address will not be published.

ବ୍ରେକିଂ