ଦେଶରେ ଆଜି ପୁଣି ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ:  ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ତରଫରୁ ଆଜି ପୁଣିଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଛି । ଆଜି ଡିଜେଲର ମୂଲ୍ୟ ୩୩ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୬ ରୁ ୩୦ ପଇସା ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ମୁମ୍ବାଇରେ ଡିଜେଲର ମୂଲ୍ୟ ୧୦୦ ଅତିକ୍ରମ କରିଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୩.୮୪  ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୯୨.୩୫ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୯.୮୩  ଟଙ୍କା ଏବଂ ଡିଜେଲ ଦର ଲିଟର ପିଛା ୧୦୦.୨୯ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୪.୨୩  ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୯୫.୫୮ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୧.୨୭ ଟଙ୍କା ଏବଂ ଡିଜେଲ ଲିଟର ୯୬.୯୩ ଟଙ୍କା ରହିଛି।

Leave A Reply

Your email address will not be published.

ବ୍ରେକିଂ