ଦେଶରେ ଆଜି ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନୀଗୁଡ଼ିକ ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଲଗାତର ଭାବେ ଅଶୌଦ୍ଧିତ ତୈଳଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବରେ ଦେଶରେ ତୈଳ ଦର ବଢୁଥିବା କୁହାଯାଇଛି ।

ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭.୬୦ ଟଙ୍କା ଥିବା ବେଳେ ଡିଜେଲ ୭୭.୭୩ ଟଙ୍କା ରହିଛି ।  ସେହିପରି ମୁମ୍ବାଇରେ ପେଟ୍ରୋଲ ୯୪.୧୨ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୮୪.୬୩ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲର ଦାମ ୮୯.୯୬ ଟଙ୍କା ରହିଥିବା ବେଳେ ଡିଜେଲ ୮୨.୯୦ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୮୮.୯୨ ଟଙ୍କା ଓ ଡିଜେଲ ୮୧.୩୧ ଟଙ୍କା, ନୋଇଡାରେ ପେଟ୍ରୋଲର ଦାମ ଲିଟର ପିଛା ୮୬.୬୪ ଓ ଡିଜେଲର ଦାମ ୭୮.୧୫ ଟଙ୍କା ରହିଛି ।

ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ମାସ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇସାରିଲାଣି ।

Leave A Reply

Your email address will not be published.

ବ୍ରେକିଂ