କ୍ରମାଗତ ଦ୍ୱାଦଶ ଦିନ ପାଇଁ ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ସମୟରେ ଆଜି ପୁଣି ତୈଳଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ  ୩୭ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଡିଜେଲ ମୂଲ୍ୟରେ ଏହି ବୃଦ୍ଧି କ୍ରମାଗତ ଦ୍ୱାଦଶ ଦିନ ଏବଂ ଚଳିତ ମାସରେ ୧୪ ଥର ପାଇଁ ଘଟିଛି।

ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି। ଫଳରେ ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୫ ପଇସା ରହିଛି। ସେପଟେ ମାଲକାନଗିରିରରେ ପେଟ୍ରୋଲ ଦର ୯୪ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲ ଦର ୯୧ଟଙ୍କା ୬୧ ପଇସା ରହିଛି।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା  ୯୦.୫୮ ଟଙ୍କା ହୋଇଛି । ସେହିପରି  ଡିଜେଲ ଦର ଲିଟର ପିଛା ୮୦.୯୭ ଟଙ୍କାକୁ ବୃଦ୍ଧି ପାଇଛି ।  ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୦୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ନୂଆ ରେକର୍ଡ ସ୍ତରକୁ ଛୁଇଁଛି ।

ଚେନ୍ନାଇରେ ପେଟ୍ରୋଲ ୯୨.୫୯ ଏବଂ ଡିଜେଲ ୮୫.୯୮ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୯୧.୭୮ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା, ବେଙ୍ଗାଳୁରୁରେ ପେଟ୍ରୋଲ ୯୩.୬୧ ଟଙ୍କା, ଡିଜେଲ ୮୫.୮୪ ଟଙ୍କା ରହିଛି ।

 

ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି । ଫଳରେ ପେଟ୍ରୋଲ, ଡିଜେଲ , ଗ୍ୟାସ କିମ୍ବା ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ, କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Leave A Reply

Your email address will not be published.

ବ୍ରେକିଂ