କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ତୈଳଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। କ୍ରମାଗତ ତୃତୀୟ ଦିନ ପାଇଁ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଦର  ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୩୦ ପଇସା ବଢ଼ିଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୯ ପଇସା ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୮୧ ଟଙ୍କା ୪୨ ପଇସାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୭.୩୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୪୯ ଟଙ୍କାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ରହିଛି। ସେହିପରି ଡିଜେଲରେ ଏହା ୫୪ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି।

ସେହିଭଳି ରାଜ୍ୟରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଦର ବଢ଼ିଛି । ଆଜି ରାଜ୍ୟର ୮ଟି ଜିଲ୍ଲାରେ ପେଟ୍ରୋଲ ଦର ୯୪ ଟଙ୍କା ଉପରେ ରହିଛି । ରାଜ୍ୟରେ ମାଲକାନଗିରିରେ ତୈଳଦର ଲିଟର ପିଛା ସର୍ବାଧିକ ୯୬ ଟଙ୍କା ୭୪ ପଇସା ଥିବାବେଳେ କୋରାପୁଟରେ ୯୫ ଟଙ୍କା ୬୪ ପଇସା, ନବରଙ୍ଗପୁରରେ ୯୫ ଟଙ୍କା ୯ ପଇସା, କଳାହାଣ୍ଡିରେ ୯୪ ଟଙ୍କା ୩୬ ପଇସା ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇ ଚାଲିଛି । ୭ ସପ୍ତାହ ପରେ ଗତ ମଙ୍ଗଳବାର ଅଶୋଧିତ ତୈଳଦର ସବୁଠୁ ଅଧିକ ରହିଥିଲା । ତେବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଅଶୋଧିତ ତୈଳ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ନଥିଲା । ବରଂ ପେଟ୍ରୋଲ୍ ୭୭ ପଇସା ଏବଂ ଡିଜେଲ୍ ୭୪ ପଇସା ଲିଟର ପିଛା ଶସ୍ତା ହୋଇଥିଲା । ଏବେ ଲଗାତାର ତିନିଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ୍ ୬୯ ପଇସା ବୃଦ୍ଧି ପାଇଛି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ