ଦେଶରେ ପୁଣି ପେଟ୍ରୋଲ,ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ଦେଶରେ କ୍ରମାଗତ ଭାବରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଲଗାତାର ସପ୍ତମ ଦିନରେ ଆଜି ବଢିଛି ପେଟ୍ରୋଲ-ଡିଜେଲ ଦର ।

ଡିଜେଲ ଲିଟର ପିଛା ୩୫ ପଇସା , ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଛି । ଆଜିକୁ ମିଶାଇ ଗତ ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି । ସେହିଭଳି ଗତ ୧୦ ଦିନରେ ଡେଜେଲ ମୂଲ୍ୟ ୩ଟଙ୍କା ୩୦ ପଇସା ବଢିଛି ।  ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ଉପରେ ବେଡି ଉପରେ କରୋଡା ମାଡ ସଦୃଶ ହୋଉଛି।

ତୈଳ ଦର ବୃଦ୍ଧି ନେଇ ସାରା ଦେଶରେ ଏକ ଅସନ୍ତୋଷ ଦାନା ବାନ୍ଧିଛି । ଖାସକରି ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ତୈଳ ଦର ବୃଦ୍ଧି ହେବା ଦ୍ୱାରା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି ।  ଯଦି ଦରଦାମରେ ନିୟନ୍ତ୍ରଣ ନହୁଏ ତେବେ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ

Leave A Reply

Your email address will not be published.

ବ୍ରେକିଂ