ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଲା

ଭୁବନେଶ୍ୱର: ଆଜି ପୁଣି ଥରେ ପେଟ୍ରୋଲ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ  ପେଟ୍ରୋଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦର ବୃଦ୍ଧି ସହିତ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା  ୯୯.୧୬ ଟଙ୍କା ହୋଇଛି। ତେବେ ଆଜି ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ଲିଟର ପିଛା ଡିଜେଲ ୮୯.୧୮ ଟଙ୍କାରେ ବିକ୍ରି ହେଉଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଛି । ଭୁବନେଶ୍ୱରର ବିଭିନ୍ନ ଟାଙ୍କିରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧ ପଇସାରେ ବିକ୍ରି ହେଉଛି । ପୂର୍ବରୁ ଏକାଧିକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଟପି ସାରିଛି । ତେବେ ରାଜ୍ୟରେ ମାଲକାନଗିରିରେ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ୧୦୫ ଟଙ୍କା ୨ ପଇସା ରହିଥିବା ବେଳେ ଡିଜେଲ୍ ୧୦୨ ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର ୧୦୮ ଟଙ୍କା ୮୬ ପଇସା ରହିଛି ।

ରାଜ୍ୟର ୨୫ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । କଟକରେ ବି ସେଞ୍ଚୁରୀ ମାରିଛି ପେଟ୍ରୋଲ୍ । ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ୍ ୯୭ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । 

Leave A Reply

Your email address will not be published.

ବ୍ରେକିଂ