ପୁଣି ବଢିଲା ତେଲ ଦର : ଭୁବନେଶ୍ୱରରେ ୮୬, ମାଲକାନିଗିରିରେ ୯୧ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ପୁଣି ବଢିଲା ତୈଳ ଦର। ତେଳ ଦର ଦୁଇ ଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ଟପିଥିବା ବେଳେ ଡିଜେଲ  ୮୨.୪୧ ଟଙ୍କାରେ ବିକ୍ରି ହେଉଛି।

ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୧.୧୬ ଟଙ୍କା ଓ ଡିଜେଲ ୮୭.୨୯ ଟଙ୍କାରେ ବିକ୍ରି ହେଉଛି । ସମ୍ବଲପୁରରେ ପେଟ୍ରୋଲ ୮୬.୭୨ ଟଙ୍କା ଓ ଡିଜେଲ ଟ. ୮୩.୦୦, ବାଲେଶ୍ୱରରେ ପେଟ୍ରୋଲ  ୮୬.୧୨ ଟଙ୍କା ଓ ଡିଜେଲ ୮୨.୪୨ ଟଙ୍କା  ବିକ୍ରି ହେଉଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୫.୪୫ ଟଙ୍କା ଓ ଡିଜେଲ ଲିଟର ପିଛା  ୭୫.୬୩ ଟଙ୍କାରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି।  ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ