ଆଜି ପୁଣି ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ : ଦୁଇ ଦିନର ବ୍ରେକ୍‌ ପରେ ପୁଣି ବଢ଼ିଲା ତୈଳ ଦର । କମ୍ପାନୀମାନେ ଗୁରୁବାର ପୁଣି ଥରେ ତୈଳ ଦର ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୧୫ ପଇସା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି ।

କଛି ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି । ସେହିପରି ମହାନଗରମାନଙ୍କ ମଧ୍ୟରେ ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ କିଛିଦିନ ତଳୁ ପେଟ୍ରୋଲ ପ୍ରତିଲିଟର ୧୦୦ ଟଙ୍କା ପାର କରିଗଲାଣି।

ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୪ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ଟଙ୍କା ୪୫ ପଇସା ଦରରେ ବିକ୍ରି ହେଉଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର ପିଛା ୧୦୨ ଟଙ୍କା ରହିଥିବା ବେଳେ ଡିଜେଲ୍‌ ଦର ୯୮ଟଙ୍କା ରହିଛି।

Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ