ଓଲଟିଲା ପିକଅପ୍ ଭ୍ୟାନ୍: ୨ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆପଡା: ବାହାଘର ପରେ କନ୍ୟା ଛାଡି ଯାଉଥିବାବେଳେ ଅଘଟଣ । ନୂଆପଡା ଜିଲ୍ଲା କୋମନା କ୍ରିଷ୍ଣା ଛକରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କୋମନା ଥାନା ବିଲେଇଅଞ୍ଜର ଗାଁରୁ ତରବଡକୁ ଝିଅଘର କନ୍ୟା ଛାଡିବାକୁ ଯାଉଥିଲେ । ଗୋଟିଏ ପିକଅପ୍ ଭ୍ୟାନରେ ଜିନିଷପତ୍ର ସହିତ ୩୦ରୁ ଅଧିକ ଲୋକେ ବସି ଯାଉଥିଲେ ।

ତେବେ ଭାରସାମ୍ୟ ହରାଇ ଗାଡିଟି  ଏନଏଚ୍ ୩୫୩ର  କ୍ରିଷ୍ଣା ଛକ ନିକଟରେ ଓଲଟି ପଡିଥିଲା । ଖବରା ପାଇ କୋମନା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ କୋମନା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ