ପିପିଲିରେ ବିଜେପିର ୨୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ମଙ୍ଗଳବାର ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଡି. ପୁରନ୍ଦେଶ୍ୱରୀ, ବିଜୟ ପାଲ ସିଂହ ତୋମାର, ଜୁଏଲ ଓରାମ ପ୍ରମୁଖ ରହିଛନ୍ତି  ।

ସେହିପରି ତାଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମନମୋହନ ସାମଲ, କେଭି ସିଂହ ଦେଓ, ସୁରମା ପାଢୀ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ, ମୋହନ ଚରଣ ମାଝୀ, ପ୍ରତିଭା ପରିଡା, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହର ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହୋଇଛନ୍ତି । ଏହି ନେତାମାନେ ପିପିଲି ଉପ-ନିର୍ବାଚନରେ ଜନତାଙ୍କ ଭୋଟ୍ ହାତେଇବା ପାଇଁ କ୍ୟାମ୍ପେନିଂ କରିବେ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ।

ପ୍ରକାଶ ଥାଉ କି କୋଭିଡ୍ କାରଣରୁ ପିପିଲି ନିର୍ବାଚନ ସ୍ଥଗିତ ରହିଥିଲା । ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ପଡିବ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.

ବ୍ରେକିଂ