ପୀୟୁଷ ଗୋୟଲ ରାଜ୍ୟସଭାର ସଂସଦୀୟ ଦଳ ନେତା ହେଲେ

ନୂଆଦିଲ୍ଲୀ: ରାଜ୍ୟସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ବଦଳରେ ବିଜେପି ତାଙ୍କୁ ରାଜ୍ୟସଭାରେ ନିଜର ନେତା ଭାବେ ସ୍ଥାନ ଦେଇଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଅଦଳବଦଳ ହୋଇଥିଲେ । ଯେଉଁଥିରେ ରାଜ୍ୟସଭାରେ ବିଜେପିର ନେତା ଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ଏହାପରେ ପୀୟୁଷ ଗୋୟଲଙ୍କୁ ଦଳ ନୂଆ କରି ରାଜ୍ୟସଭାରେ ଏହି ଦାୟିତ୍ୱ ଦେଇଛି ।

ପୀୟୁଷ ଗୋୟଲ ବିଜେପିର ଜଣେ ଆଗଧାଡିର ନେତା ଭାବେ ବେଶ ପରିଚିତ । ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ତା ସହିତ ୨୦୧୦ ମସିହାରୁ ସେ ରାଜ୍ୟସଭାର ସଦସ୍ୟ ଥିବା ହେତୁ ଦଳ ତାଙ୍କର ଏହି ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛି ।

ଅନ୍ୟପଟେ ଆସନ୍ତା ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରୁ ପୀୟୁଷ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରିବେ ।

Leave A Reply

Your email address will not be published.

ବ୍ରେକିଂ