ନକଲି ଔଷଧ କାରବାର ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ତେଜୁଛି ଦାବି । ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି । ସିବିଆଇ ନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ଏସଟିଏଫ ତଦନ୍ତ ଫଳପ୍ରଦ ହେବ ନାହିଁ ବୋଲି ମାମଲାରେ ଦର୍ଶାଯାଇଛି ।

ବିଗତ ଦିନମାନଙ୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଥଣ୍ଡା, ଜ୍ୱର ଔଷଧ ଓ କୋରୋନା ଔଷଧ ଫାବିପିରାଭିର ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା । ଭିନ୍ନ ଭିନ୍ନ ଜିଲ୍ଲାର ଔଷଧ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧ କାରବାର ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନାହିଁ ଓ ଏପରି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟରେ ମାତ୍ରାଧିକ ନକଲି ଔଷଧ କାରବାର ଓ ତାର ବାହାର ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିବା ନେଇ ଖବର ଆସିବା ପରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ