ଯୁକ୍ତ ଦୁଇ କଟ୍‌ଅଫ୍ ମାର୍କ ପ୍ରକାଶ ପାଇଲା

ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଟ୍‌ଅଫ୍ ମାର୍କ । ସାମସ ପୋର୍ଟାଲରେ ଉପଲବ୍ଧ ହେଉଛି ମେରିଟ ଲିଷ୍ଟ । samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ ହୋଇଛି ।  ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫ୍‌ରେ ମନୋନୀତ ହୋଇଛନ୍ତି । କାଲିଠାରୁ ୨୧ ତାରୀଖ ମଧ୍ୟରେ ସେମାନଙ୍କର ନାମଲେଖା ହେବ ।

ତେବେ କଳାର ପ୍ରଥମ କଟ୍ ଅଫରେ ୨ ଲକ୍ଷ ୪୭ ହଜାର ୯୦୭ ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟର ପ୍ରଥମ କଟ୍ ଅଫରେ ୨୪ ହଜାର ୫୬୦ ଜଣ ମନୋନୀତ ହୋଇଛନ୍ତି । ଏହା ସହ ବିଜ୍ଞାନର ପ୍ରଥମ କଟ୍ ଅଫରେ ୧ ଲକ୍ଷ ୭ ଶହ ୩୭ ଜଣ ମନୋନୀତ ହୋଇଛନ୍ତି ।

୧ମ ପର୍ଯ୍ୟାୟ ମେରିଟ ଲିଷ୍ଟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି । ସେହିପରି ବିଜେବିରେ କଳା-୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି ।

Leave A Reply

Your email address will not be published.

ବ୍ରେକିଂ