ନୂଆଁଖାଇ ଜୁହାର: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା ।  ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇବେ । ଆଜି ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ଇଷ୍ଟଦେବୀ ମା’ ସମଲେଇ ମନ୍ଦିରରେ ନବାନ୍ନ ଲାଗିହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଖାଇ ଭେଟଘାଟ ବନ୍ଦ ରହିଥିବା ବେଳେ କେବଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହାର ମଜା ନେଇପାରିବେ ପଶ୍ଚିମ ଓଡିଶା ବାସୀ ।

ଅପରପକ୍ଷରେ ନୂଆଁଖାଇ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଁଖାଇ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପର୍ବ ସହିତ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମା’ ସମେଲଇଙ୍କ ନିକଟରେ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି  ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଭିନନ୍ଦନ ଜଣାଇ ମୋଦୀ ଟ୍ୱିଟ ଯୋଗେ କହିଛନ୍ତି, ଦେଶ ନିର୍ମାଣରେ କୃଷକଙ୍କ ଅବଦାନ ଉଚ୍ଚ ପ୍ରଶଂସନୀୟ। ସଭିଁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖଶାନ୍ତି କାମନା କରିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ