ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀନଗର ଷ୍ଟେସନରେ ପଞ୍ଚ ତାରକା ହୋଟେଲର ଉଦଘାଟନ କଲେ

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗର ରେଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ୧୧୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି ।

ପ୍ରଥମେ ମୋଦି ଗାନ୍ଧୀନଗରରେ ରେଳ ଷ୍ଟେସନ ଉପରେ ତିଆରି ହୋଇଥିବା ୫ ଷ୍ଟାର୍‌ ହୋଟେଲ୍‌ ଶୁଭଉଦ୍‌ଘାଟନ କରିବା ସହିତ ଅହମଦାବାଦରେ ସାଇନ୍ସ ସିଟି ଉଦ୍‌ଘାଟନ କରିଥିଲେ। ତା ସହିତ ଗାନ୍ଧୀ ନଗରରୁ ବାରଣସୀ ସୁପର ଫାଷ୍ଟ ଟ୍ରେନ୍‌କୁ ପତାକା ଦେଖାଇଥିଲେ। ଏହି ଟ୍ରେନ୍‌ଟି ସାପ୍ତାହିକ ଟ୍ରେନ୍ ହୋଇଥିବା ବେଳେ ଏହା ଗାନ୍ଧୀ ନଗରରୁ ବାରଣସୀ ଚାଲିବ ବୋଲି ଜଣା ପଡିଛି ।

ଆଜି ପ୍ରଧାନମନ୍ତ୍ରୀ ଉଧ୍‌ଘାଟନ କରିଥିବା ହୋଟେଲ୍‌ ଟି ୭,୪୦୦ ସ୍କୋୟାର ମିଟିର ପରିବ୍ୟପ୍ତ ହୋଇଥିବା ୭୯୦ କୋଟି ଟଙ୍କା ବ୍ୟୟରେ ଏହି ହୋଟେଲ୍ ଟି ନିର୍ମାଣ ହୋଇଛି। ହୋଟ୍‌ଲେର ଉଚ୍ଚତା ୨୫୦ ଫିଟ୍ ହୋଇଥିବା ବେଳେ ଏସ୍‌ପିଭି(ସ୍ପେଶିଆଲ୍ ପର୍‌ପୋଜ ଭେଇକଲ) ଉଦ୍ଦେଶ୍ୟର କରାଯାଇଛି। ଗାନ୍ଧିନଗରକୁ ବିଶେଷ କାର୍ଯ୍ୟ ପାଇଁ ଆସିଥିବା ଜାତୀୟ ଓ ଆନ୍ତର୍ଜୀତୀୟ ଅତିଥିଙ୍କ ଆଥିତେୟତା ପାଇଁ ଏହି ହୋଟ୍‌ଲ୍‌ ବ୍ୟବହାର କରାଯିବ ବୋଲି କୁହାଯାଉଛି। ହୋଟେଲ୍‌ରେ  ୩୧୮ ରୁମ ରହିଛି ।

Leave A Reply

Your email address will not be published.

ବ୍ରେକିଂ