ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଦ୍ୱନ୍ଦକୁ ଦ୍ୱର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରୀକ୍ଷାକୁ ନଡରି କରୋନାକୁ ଡର । ନଚେତ ତୁମ ଚାରିପାଖରେ ଥିବା ଲୋକ ତଥା ବନ୍ଧୁବାନ୍ଧବଙ୍କୁ ଡର । ପରୀକ୍ଷା ହେଉଛି ଏମିତି ଏକ ଶବ୍ଦ ଯାହାର ଅର୍ଥ ହେଉଛି ନିଜେ ନିଜକୁ ଚିହ୍ନ ଏବଂ ପ୍ରସ୍ତୁତ କର। ପରୀକ୍ଷା ହେଉଛି ଜୀବନ ଜୀଇବା ପାଇଁ ଏକ ଭଲ ଅବସର।
ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ମୋଦି କହିଛନ୍ତି ଯେ, ପରୀକ୍ଷାକୁ ନେଇ ଆଦୌଂ ଡରିବା ଉଚିତ ନୁହେଁ। କାରଣ ପରୀକ୍ଷା ତ ବାରମ୍ବାର ଦେଉଛ । ପରୀକ୍ଷାକୁ ନେଇ ଏମିତି କିଛି ବାତାବରଣ ସୃଷ୍ଟି କରାଯାଇଛି, ଯାହାକୁ ନେଇ ଡରଲାଗୁଛି।
ମୋଦି ଅଭିଭାବକମାନଙ୍କୁ ମଧ୍ୟ ଅପିଲ କରିଛନ୍ତି ଯେ, ପିଲାମାନଙ୍କୁ ପରୀକ୍ଷାର ଡର ଦିଅନ୍ତୁ ନାହିଁ। ଏମିତି ମାହୋଲ କରନ୍ତୁ ନାହିଁ, ଯେଉଁଥିରେ ପିଲାମାନେ ପରୀକ୍ଷା କଥା ଭାବି ଡରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ସମସ୍ତ ବିଷୟ ପ୍ରତି ସମାନ ଭାବେ ଧ୍ୟାନ ଦେବାକୁ ହେବ। ନିଜ ସମୟକୁ ସମାନ ଭାବେ ବାଣ୍ଟିବାକୁ ହେବ।
ଏହାସହ ମୋଦି ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଛ କହିଛନ୍ତି ଯେ, ପ୍ରଥମେ ପରୀକ୍ଷାରେ କଠିନ ପ୍ରଶ୍ନର ଉତ୍ତର ଲେଖିବେ। ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଲେଖିଲେ ପରେ ସରଳ ପ୍ରଶ୍ନ ଆହୁରି ସରଳ ହେବ। କଷ୍ଟ ଲାଗୁଥିବା ବିଷୟକୁ ଡରି ପଢ଼ିବା ବନ୍ଦ କରନି କିମ୍ବା ତାକୁ ଦେଖି ଦୁରକୁ ଯାଅନି।
ଯେଉଁଠି ଡର ଲାଗୁଛି ତାକୁ ବାରମ୍ବାର ଅଭ୍ୟାସ କର। ଏନେଇ ଶିକ୍ଷକମାନେ ଅଧିକ ଧ୍ୟାନ ଦେଇ ପିଲାଙ୍କୁ ଗାଇଡ କରନ୍ତୁ ବୋଲି ମୋଦି ପରାମର୍ଶ ଦେଇଛନ୍ତି। ଶେଷରେ ମୋଦି ନିଜ ଅଭିଜ୍ଞତାକୁ ନେଇ କହିଛନ୍ତି ଯେ, ସେ ମଧ୍ୟ ସକାଳୁ ପ୍ରଥମେ କଷ୍ଟ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି।