ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ହେବ କ୍ୟାବିନେଟ ବୈଠକ । ଏଥିରେ ସବୁ ମନ୍ତ୍ରୀ  ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏହି ବୈଠକ ବସିବ । କ୍ୟାବିନେଟ୍ ବୈଠକ ପରେ  ଅପରାହ୍‌ଣ ୪ଟାରେ  ମନ୍ତ୍ରୀ ପରିଷଦ ବୈଠକ ବସିବ ।

ପ୍ରାୟ ବର୍ଷେ ପରେ ପ୍ରଥମ ଥର କ୍ୟାବିନେଟ ବୈଠକ ପ୍ରତ୍ୟକ୍ଷଭାବରେ ବସୁଛି । କରୋନା ଯୋଗୁ ପୂର୍ବରୁ ଭର୍ଚୁଆଲ ମୋଡରେ ହେଉଥିଲା ବୈଠକ । ଶେଷ ଥର ଗତବର୍ଷ ଏପ୍ରିଲ ମାସରେ ପ୍ରତ୍ୟକ୍ଷ ଭାବରେ କ୍ୟାବିନେଟ୍ ବୈଠକ ବସିଥିଲା । ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତାପୂର୍ବରୁ କ୍ୟାବିନେଟ୍ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇପାରେ । ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ କ୍ୟାବିନେଟ କମିଟିରେ ନୂଆ ଚେହେରାଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସନ୍ଧ୍ୟା ୪ଟାରେ ଭିଡିଓ କନଫରେନ୍ସିଂରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ମନ୍ତ୍ରୀ ପରିଷଦର ଦ୍ୱିତୀୟ ବୈଠକ । ଗତ ଜୁଲାଇ ୮ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ପରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ବସିଥିଲା ।

Leave A Reply

Your email address will not be published.

ବ୍ରେକିଂ