ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ

ନୂଆଦିଲ୍ଲୀ: ଡିସେମ୍ୱରରେ ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଲୋକସଭାର ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ଶନିବାର ସୂଚନା ଦେଇଛନ୍ତି । ଶନିବାର ମଧ୍ୟାନ୍ନରେ ମୋଦିଙ୍କ ସହ ସାକ୍ଷାତ ପରେ ସେ ଏହି ସୂଚନା ଦେଇଛନ୍ତି ।

୨୦୨୨ ମସିହାରେ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ନୂଆ ସଂସଦ ଗୃହରେ ଅଧିବେଶନ ଆରମ୍ଭ କରିଯିବ ବୋଲି ଓମ ବିର୍ଲା ସୂଚନା ଦେଇଛନ୍ତି । ଏହି ନୂତନ ଭବନରେ ଲୋକସଭା ସାଂସଦଙ୍କ ପାଇଁ ପାଖାପାଖି ୮୮୮ ଟି ଆସନ ଏବଂ ରାଜ୍ୟସଭା ସାଂସଦଙ୍କ ପାଇଁ ୩୨୬ ଟି ସିଟ ରହିବ । ସଂସଦ ଭବନରେ ସମୁଦାୟ ୧୨୨୪ ସଦସ୍ୟ ଏକାଠି ବସିପାରିବେ ।

ଉଲ୍ଲେଖଯୋଗ୍ୟ, ନୂଆ ସଂସଦ ଭବନ ନିର୍ମାଣ କରିବାର କଣ୍ଟ୍ରାକ୍ଟ ଟାଟା ପ୍ରୋଜେକ୍ଟ ଲିମିଟେଡକୁ ମିଳିଛି । ଗୃହର ନିର୍ମାଣରେ ପାଖାପାଖି ୮୬୧.୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

Leave A Reply

Your email address will not be published.

ବ୍ରେକିଂ