ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ

ୱାଶିଂଟନ୍: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସେଠାରେ ପହଞ୍ଚିବା ପରେ ଆମେରିକାର ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଵାଗତ କରିଥିଲେ ।  ଆଜି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ ମୋଦି। ଏଥିସହ କ୍ବାଡ ସମ୍ମିଳନୀରେ ଯୋଗଦାନ ଓ ରାଷ୍ଟ୍ରପତି ବିଡେନଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । 

ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟା ୧୫ରେ ମୋଟି ଅଲଗା ଅଲଗା କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିବେ ।  ଏଥି ସହିତ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିବେ। ଆମେରିକା ଯାତ୍ରା ଆରମ୍ଭ ପୂର୍ବରୁ ମୋଦି ନିଜ ଯାତ୍ରା ନେଇ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । କହିଥିଲେ, ମୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପରସ୍ପରର ହିତ ପାଇଁ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବି । ବିଶେଷ ଭାବେ ଆମେରିକା ଓ ଭାରତ ମଧ୍ୟରେ ବିଜ୍ଞାନ ଓ କୌଶଳ କ୍ଷେତ୍ରରେ ସହଯୋଗ ପାଇଁ କମଳା ହ୍ୟାରିସଙ୍କ ସହ ଚର୍ଚ୍ଚା କରିବେ ।

Leave A Reply

Your email address will not be published.

ବ୍ରେକିଂ