ଚୋର ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ।

ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତକାଲି ବିଲମ୍ବିତ ରାତିରେ କେହି ଦୁର୍ବୁତ୍ତ ଘଣ୍ଟ,ହୁଣ୍ଡି,ପଇସା,ସୁନାରୁପା ଚୋରି ହୋଇଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା  । ଏନେଇ ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ଆଜି ତିର୍ତ୍ତୋଲ ଥାନା ପୋଲିସ ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। ହେଲେ ଯାହା ଘଟିଥିଲା ତାହା ଥିଲା ସାଂଘାତିକ  ।

ପୋଲିସ ସେଠାରେ ପହଁଚିବାପରେ ଡ୍ରଗ୍ସ ସ୍କ୍ୱାର୍ଡ ପହଞ୍ଚି ଥିଲା। ପୋଲିସ କୁକୁର ଯୁଆଡେ ଗଲା ପୋଲିସ ତା ପଛ ପଛ ଚାଲିଲା। ଏହି ସମୟରେ ଉକ୍ତ ଗ୍ରାମର ନନ୍ଦୁ ବରାଳ ଘରେ କୁକୁର ପଶିଥିଲା  । ସେପଟେ କୁକୁର ନନ୍ଦୁ ଘରେ ପଶିବାରୁ ପୋଲିସ ତାଙ୍କ କବାଟ ବାଡେଇଲା ଘରୁ ନନ୍ଦୁ କରୋନା ହୋଇଥିବା କହି ପ୍ରଥମେ କବାଟ ଖୋଲି ନଥିଲେ  । ପରେ କବାଟ ଖୋଲିବା ସହ ପୋଲିସ ବେକରେ ଖଣ୍ଡା ଲଗାଇଥିଲେ ଏବଂ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ କନେଷ୍ଟବଳ ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସେହିପରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସୁରକ୍ଷା ପାଇଁ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତାୟନ କରାଯାଇଥିଲା । ଗୁରୁତର ପୁଲିସଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ