ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜାମ ପୋଲିସର ଯାଞ୍ଚ, ୨ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ

ଗଞ୍ଜାମ : ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଚଢାଉ କରାଯାଇ ବିନା ମାସ୍କ ଧାରୀ, ବିନା ହେଲମେଟ ଧାରୀ ଓ ସାମାଜିକ ଦୂରତା ରକ୍ଷା ନ କରିବା ନେଇ ୨ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ୫ଟି ଡ୍ରାଇଭିଙ୍ଗ ଲାଇସେନ୍ସକୁ ସିଜ୍ କରାଯାଇଛି ।

ପଂଚସୂତୀ ନିୟମ ଉଲ୍ଲଂଘନ ନେଇ ଗୋଟିଏ ଦୋକାନକୁ ସିଲ୍ କରାଯାଇ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଗୋଟାଏ ଏନଡିପିଏସ ମାମଲା ରୁଜୁ କରାଯାଇ ୨୬.୬୩୦ କେଜି ଗଞ୍ଜେଇ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ୍ କରାଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ