ଆଇଆଇଏଫଏଲ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଅଟକ
କଟକ : କଟକ ନୟାସଡକ ଆଇଆଇଏଫଏଲ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଲୁଟ୍ ଘଟଣାର ସୂତ୍ରଧାର ସେହି କମ୍ପାନୀର କର୍ମଚାରୀ ଥିଲେ । ଏହି ଲୁଟ୍ ରେ ତାକୁ ଅନ୍ୟ 2 ଜଣ ସହାୟତା କରିଥିଲେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଲୁଟରେ ବ୍ୟବହୃତ ବାଇକ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ଲୁଟ ହୋଇଥିବା ଅଧିକାଂଶ ସୁନା ମଧ୍ୟ ଜବତ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତମାନେ କଟକ ଏବଂ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି ।
With immense professional satisfaction we share the information that officers of @cpbbsrctc led by our young @dcp_cuttack have solved the Nayasarak IIFL robbery case. All accused detained, both bikes seized & substantial quantities of gold recovered. Investigation is still on.
— Dr Sudhanshu Sarangi (@SarangiSudhansu) November 24, 2020
କଟକ ନୟାସଡକ ସ୍ଥିତ ଆଇଆଇଏଫଏଲରେ ଗତ ୨୦ ତାରିଖରେ ଦିନ ଦ୍ୱିପହରେ ବନ୍ଧୁକ ମୁନରେ ଲୁଟ କରିଥିଲେ ଦୁର୍ବୃତ୍ତ । ପ୍ରାୟ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଲୁଟିନେଇଥିଲେ ସେମାନେ । ତେବେ ଘଟଣା ପରେ ଆଇଆଇଏଫଏଲ କର୍ତ୍ତୃପକ୍ଷ ଏନେଇ ଥାନାରେ ଏତଲା ଦେଇଥିଲେ ।