ଜୁଆ ଆଡାରେ ଚଢାଉ ବେଳେ ଆକ୍ରମଣର ଶିକାର ହେଲା ପୋଲିସ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଓ ଗୋଷାଣୀ ବ୍ଲକ୍ ଖରସଣ୍ଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଟିମ୍ ଜୁଆଡ଼ିଙ୍କ ଆଡୁ ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି । ଜୁଆଡ଼ିମାନେ ପୁଲିସ ଟିମ୍‌ ଉପରକୁ ପଥର ମାଡ଼ ହୋଇଛି ।

ଏଥିରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।  ଏଥିସହ ପୋଲିସ ଗାଡ଼ିକୁ ବି ଜୁଆଡ଼ିମାନେ ଭାଙ୍ଗିଛନ୍ତି । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ଟିମ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛନ୍ତି । ଆହତ ସମସ୍ତଙ୍କୁ ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳ‌ୟରେ ଭର୍ତ୍ତି କରାଯାଇଛି।

ବହୁ ଦିନ ହେଲା ଉକ୍ତ ଅଞ୍ଚଳରେ ଜୁଆ ଆଡ଼ା ଚାଲୁଥିବା ଖବର ଥିଲା । ଆଜି ରାତିରେ ଓଆଇସି ମମତା ପଣ୍ଡା ଓ ୪ ଜଣ କନଷ୍ଟେବଲ୍ ଚଢ଼ଉ କରିଥିଲେ । ପୁଲିସ ଟିମ୍‌କୁ ଦେଖି ଜୁଆଡ଼ି ମାନେ ପ୍ରବଳ ପଥର ମାଡ଼ କରିଥିଲେ। କୌଣସି ମତେ ପୁଲିସ ଟିମ୍ ସେଠାରୁ ଫେରିଥିଲେ।

ଖବର ମିଳିବା ସୁଦ୍ଧା, ଗାଁରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥୀ ଓ ପାରଳା ଏସଡିପିଓ ଆର.କେ.ପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ