ପୁଲିସ କବଜାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ

କେନ୍ଦୁଝର: ଯୋଡ଼ା ପୁଲିସ କବଜାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ । ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ଅଭିଯୋଗରେ ପୁଲିସ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ ମହିନ୍ଦ୍ରା ଜାଇଲୋ, ଗୋଟିଏ ବନ୍ଧୁକ, ନଗଦ ୭୦୦୦ ଟଙ୍କା, ଗୋଟିଏ ଡିଏସ୍ଏଲ୍ଆର୍ କ୍ୟାମେରା ଓ ୭ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି ବୋଲି ଜଣାପଡିଛି ।
ସୂଚନାମୁତାବକ ସୋମବାର ବିଳମ୍ବିତ ରାତିରେ ଲୁହା ପଥ ବୋଝେଇ ଟ୍ରକ୍ ଲୁଟ୍ ପାଇଁ ଲୁଟେରାମାନେ ଜାଇଲୋ ଗାଡ଼ିରେ ଆସି କଣ୍ଡରା-ଦାମପୁର ରାସ୍ତାରେ ଯୋଜନା କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ଘେରି ଯାଇଥିଲେ। ଯାହାଫଳରେ ସେମାନେ ଯାଇପାରିନଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ପାଇଁ ଯୋଜନା କରୁଥିବା ସେମାନେ ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ