ରେଢାଖୋଲ: ଗୁଳି ଫୁଟାଇ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ବସଷ୍ଟାଣ୍ଡ ନିକଟ ରେଢାଖୋଲ-ବୌଦ୍ଧ ରାସ୍ତାର କଇଥସାହି ପୋଷ୍ଟ ଅଫିସ ପାଖରେ ବଲାଙ୍ଗୀର ସଦର ପୋଲିସ ଓ ରେଢ଼ାଖୋଲ ପୋଲିସ ମିଳିତ ଭାବରେ ଚଢ଼ାଉ କରିବା ସହ ୫/୬ ରାଉଣ୍ଡ ଗୁଳି ଫୁଟାଇ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ପୋଲିସ କାବୁ କରିଛି ଧରିଛି ।
ଏହା ସହ ଏନୋଭା ଗାଡି ଚକରେ ଗୁଳି ଫୁଟାଇ ଗାଡିକୁ ମଧ୍ୟ ଜବତ କରିଛି । ତାଙ୍କଠୁ ବହୁ ମାରଣାସ୍ତ୍ର ଆଦି ଜବତ କରି ଥିବା ଜଣାପଡିଛି । ପୋଲିସ ଧରିଥିବା ଏହି ଡକାୟତ ଗ୍ୟାଙ୍ଗରେ ପ୍ରାୟ ୬/୭ ଜଣ କୁଖ୍ୟାତ ଜକାୟତ ଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ବଲାଙ୍ଗୀର ସଦର ଥାନା ପୋଲିସ ଓ ରେଢାଖୋଲ ଥାନା ପୋଲିସ ତଦନ୍ତରେ ବାଧା ଉପୁଜିବାକୁ ନେଇ କୌଣସି ସୂଚନା ଦେବାକୁ ମନା କରିଛି।
ସୂଚନାଯୋଗ୍ୟ, ଗତ ୪ ଦିନ ବଲାଙ୍ଗୀର ପୋଲିସ ଏହି ଡକାୟତ ଗ୍ୟାଙ୍ଗକୁ ପିଛା କରୁଥିଲା । ଡକାୟତ ମାନେ କେନ୍ଦ୍ରାପଡ଼ା, ବୌଦ୍ଧ ଆଦି ଅଞ୍ଚଳ ଦେଇ ରେଢ଼ାଖୋଲରେ ପହଞ୍ଚି ରେଢ଼ାଖୋଲରୁ ବୌଦ୍ଧ ଅଭିମୁଖେ ଇନୋଭା ଗାଡ଼ିରେ ଏହି ଗ୍ୟାଙ୍ଗ ଦଳ ଯାଉ ଥିବା ବେଳେ ପୋଲିସ ଜାଣି ତାଙ୍କ ସହରର କାଇଥସାହି ନିକଟ ପୋଷ୍ଟ ଅଫିସ ପାଖରେ ଅତର୍କିତ ଗୁଳି ଫୁଟାଇ ଥିଲା। ତେବେ ଏକ ସିନେମା ଷ୍ଟାଇଲରେ ରେଢାଖୋଲ ସହର ଅଞ୍ଚଳରେ ଗୁଳି ଫୁଟାଇ ଅପରାଧୀମାନଙ୍କୁ ଧରିବା ଘଟଣା ରେଢାଖୋଲ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି ।