ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲା: କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ୭୦ଟି ପର୍ଣ୍ଣ ଭିଡିଓ

 ମୁମ୍ବାଇ  :  ପର୍ଣ୍ଣ ଆପ୍ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାୟ ୭୦ ଟି ଭିଡିଓ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି । ଏହି ସମସ୍ତ ଭିଡିଓ ବିଭିନ୍ନ ପ୍ରଡକ୍ସନ୍ ହାଉସ୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି। ପର୍ଣ୍ଣ ଆପ୍ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି, ସେ ୨୩ ଜୁଲାଇ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ଅଛନ୍ତି।

ସୂତ୍ରରୁ ପ୍ରକାଶ ଯେ ହଟସଟ୍ ଆପରେ ଅପଲୋଡ୍ ହୋଇଥିବା ୨୦ ମିନିଟ୍ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୋଟ୍ ୯୦ ଟି ଭିଡିଓ ମଧ୍ୟ କ୍ରାଇମ୍ ବ୍ରାଞ୍ଚ୍ ହାତରେ ଲାଗିଛି। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କୁ ଏହି ଭିଡିଓ ଦେଖାଯାଇଥିଲା ଯାହା ଉମେଶ କାମତଙ୍କ ଦ୍ୱାରା ବ୍ରିଟେନର ପ୍ରଡକ୍ସନ୍ କମ୍ପାନୀ କେନରିନ୍ ନିକଟକୁ ପଠାଯାଇଥିଲା। ଏହି ସମଗ୍ର ମାମଲାରେ କ୍ରାଇମ୍ ବ୍ରାଞ୍ଚ୍ କହିଛି ଯେ ପଚରାଉଚରା ବେଳେ ରାଜ କୁନ୍ଦ୍ରା କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ସେ ଅଶ୍ଳୀଳ ଭିଡିଓ କରିନାହାଁନ୍ତି କିନ୍ତୁ ଅନ୍ୟ ଓଟିଟି ପ୍ଲାଟଫର୍ମରେ ଏରୋଟିକ୍ ଭିଡିଓ ତିଆରି କରୁଥିଲେ।

ପୋଲିସର ପଚରାଉଚରା ବେଳେ ରାଜ କୁନ୍ଦ୍ରାଙ୍କ ସହଯୋଗୀ ତଥା ଆଇଟି ହେଡ୍ ରିଆନ୍ ଥୋର୍ପେ ମଧ୍ୟ ଅନେକ ଖୁଲାସା କରିଛନ୍ତି । ଏଥିସହିତ ରାଜ କୁନ୍ଦ୍ରା, ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଏଲଜି ଷ୍ଟ୍ରିମିଙ୍ଗର ଦୁଇଟି କାର୍ଯ୍ୟାଳୟରେ ଚଢାଉ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ