ଗୋଦାମରୁ ଜବତ ହେଲା ନକଲି ଲୁଗାଧିୁଆ ପାଉଡର

ସମ୍ବଲପୁର: ଗୋଦାମରୁ ନକଲି ଲୁଗାଧୁଆ ପାଉଡର ଜବତ । ସମ୍ବଲପୁରରେ ଏକ ଗୋଦାମରୁ ପୋଲିସ ଚଢାଉ କରି ନାମିୀ ବ୍ରାଣ୍ଡ ଲୁଗାଧୁଆ ପାଉଡର ଜବତ କରିଛି । ଏଥିରେ ସପୃକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଚଢଉରେ ଜବତ ହୋଇଥିବା ସମସ୍ତ ବସ୍ତାରୁ ସର୍ଫ ଏକ୍ସେଲ ବ୍ରାଣ୍ଡିଂ ଡିଟର୍ଜେଣ୍ଟ ପାଉଡର ମିଳିଛି ।

ସୂଚନା ଅନୁଯାୟୀ, ଏହି ଗୋଦାମରେ ହିନ୍ଦୁସ୍ତାନ ୟୁନି ଲିବରର ସର୍ଫ ଏକ୍ସେଲ ନାଁରେ ବ୍ରାଣ୍ଡିଂ ପ୍ଯାକେଜିଂ କରି ବିକ୍ରି କରାଯାଉଥିଲା ।  ସମ୍ପୃକ୍ତ ଲୁଗାଧୁଆ ପାଉଡର କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ପୋଲିସ ଚଢାଉ କରିଥିଲା ।

ଚଢ଼ାଉ ବେଳେ ପ୍ରଥମେ ଗଚ୍ଛିତ ଥିବା ଗୋଟିଏ ବସ୍ତା ଡିଟର୍ଜେଣ୍ଟ ପାଉଡରକୁ ପରୀକ୍ଷଣ କରାଯାଇଥିଲା । ତାହା ନିମ୍ନମାନର ତଥା ନକଲି ବୋଲି ଜଣାପଡ଼ିବା ପରେ ପୋଲିସ ସମସ୍ତ ୨୪୯ ବସ୍ତାକୁ ଜବତ କରିଛି ।  କ୍ଷେତରାଜପୁର ଓ ଅଇଁଠାପାଲି ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ