ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖରବ। ଲୋକପ୍ରିୟ ମିମିକ୍ରି ଅଭିନେତା ମାଧବ ମୋଘେଙ୍କ ଦେହାନ୍ତ । ସେ ଫୁସ୍‌ଫୁସ୍ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ । ତେବେ ଆଜି ସକାଳୁ ତାଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଥିବା ଖବର ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା ।

ମାଧବ ‘ଦାମିନି’, ‘ଘାତକ’, ‘ବିନାଶକ’, ‘ପାର୍ଟନର’, ‘ମେନେ ପ୍ୟାର୍ କିୟୁଁ କିଆ’ ଭଳି ଫିଲ୍ମରେ ଅଭିନେତା ରୂପେ କାମ କରିସାରିଛନ୍ତି। କେବଳ ସେତିକି ନୁହେଁ ୮୦ ଦଶକ ସୁପରହିଟ୍ ଅଭିନେତା ସଞ୍ଜିବ କୁମାରଙ୍କ ଅବିକଳ ମିମିକ୍ରି କରିବାରେ ମଧ୍ୟ ସେ ବେଶ୍ ଜଣାଶୁଣା। ସେ ଅଭିନେତା ସହ ଜଣେ ଭଲ ହୋଷ୍ଟ ମଧ୍ୟ ଥିଲେ।

ସେ ଦେଶ ବିଦେଶରେ ଅନେକ କମେଡି ଶୋ’ କରିଛନ୍ତି। ସେହିପରି ମାଧବ ହିନ୍ଦୀ ଫିଲ୍ମ ବ୍ୟତୀତ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ଟିଭି ସିରିଏଲ୍‌ରେ ମଧ୍ୟ ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ