ଜାନୁଆରୀ ୧୪ ରେ ପ୍ରଭାସଙ୍କ ଫିଲ୍ମ ‘ରାଧେଶ୍ୟାମ’ ରିଲିଜ ହେବ

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେଶ୍ୟାମ’ ର ନୂଆ ପୋଷ୍ଟର ସହ ରିଲିଜ୍ ତାରିଖ ଘୋଷଣା କରିଛନ୍ତି  । ଏନେଇ ଫିଲ୍ମ ମେକର ଫିଲ୍ମର ପୋଷ୍ଟର ରିଲିଜ କରିବା ପରେ ପ୍ରଭାସଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟରେ ବେସ୍ ଉତ୍ସାହିତ ଦେଖିବାକୁ ମିଳିଛି ।

ଫିଲ୍ମଟି ଜୁଲାଇ ୩୦ରେ ବିଶ୍ୱବ୍ୟାପୀ ରିଲିଜ୍ ହେବାର ଯୋଜନା ଥିଲା, କିନ୍ତୁ କରୋନା ମହମାରୀ ଯୋଗୁଁ ଫିଲ୍ମ ମେକର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପ୍ରଭାସ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ରାଧେଶ୍ୟାମ’ ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ ଡେୟାର ଲୁକ୍ ସହିତ ୟୁରୋପର ଏକ ରାସ୍ତାରେ ଛିଡା ହୋଇଥିବା ନଜର ଆସିଛନ୍ତି ପ୍ରଭାସ ।

ପ୍ରଭାସଙ୍କ ନିଜେ ପୋଷ୍ଟର ସେୟାର କରି ଲେଖିଛନ୍ତି ଆପଣ ମାନଙ୍କୁ ଏହି ରୋମାଣ୍ଟିକ ଫିଲ୍ମ ଦେଖାଇବା ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି। ଫିଲ୍ମଟି ଜାନୁଆରୀ ୧୪, ୨୦୨୨ରେ ରିଲିଜ ହେବାକୁ ଯାଉଛି । ‘ରାଧେଶ୍ୟାମ’ର ନୂଆ ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ମାନଙ୍କ ମନରେ ବେଶ୍‌ ଉତ୍ସାହ ବଢି ଯାଇଛି । ଏହା ଏକ ରୋମାଣ୍ଟିକ ଓ ବହୁଭାଷୀ ଫିଲ୍ମ ଅଟେ ଯାହା କି ହିନ୍ଦୀ,ଇଂରାଜୀ ଓ ତେଲୁଗୁ ଭାଷାରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣ କୁମାର, ଏହାର ନିର୍ମାତା ଭାମସି କୃଷ୍ଣ ରେଡ୍ଡୀ, ପ୍ରମୋଦ ଉପପାଲପତି ଏବଂ ଭୂଷଣ କୁମାର ଅଛନ୍ତି ।  ଏହା ହେଉଛି ପ୍ରଭାସଙ୍କ କ୍ୟାରିୟରର ୨୦ତମ ଫିଲ୍ମ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ