ଏମଏସଏମଇର ଋଣ ସଙ୍କଟ

ଦେଶରେ ଏବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଯାହା ଏମଏସଏମଇ  ନାମରେ ପରିଚିତ ତାକୁ ଅଧିକ ଗୁରୁତ୍ବ ଦିଆଯାଉଛି। କରୋନାରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରି ନିଯୁକ୍ତି ସୃଷ୍ଟିକୁ ଅଗ୍ରାଧିକାର ଦେବା ଆବଶ୍ୟକ ପଡୁଥିବା ବେଳେ ସେହି ଉଦ୍ୟୋଗର  ସେଥିରେ ଅଧିକ ଗୁରୁତ୍ବ  ରହିଛି। ଭାରତ ପରି ଜନବହୁଳ ଦେଶରେ ଏହାର ପ୍ରାଧାନ୍ୟ ବେଶୀ ରହିବା ଯଥାର୍ଥ। ଦେଶରେ ୬୩ ନିୟୁତ  ଏମଏସଏମଇ ୟୁନିଟ ସମ୍ପର୍କରେ  ଉପରୋକ୍ତ କାରଣରୁ ହଠାତ  ଚିନ୍ତା କରାଯିବା ଆରମ୍ଭ ହୋଇଛି। ଭାରତର ମୋଟ ମାନ୍ୟୁଫାକଚରିଂ ଉତ୍ପାଦନରେ ଏମଏସଏମଇର ଅଂଶ  ପ୍ରାୟ ୪୫ ପ୍ରତିଶତ। ଦେଶର ରପ୍ତାନୀରେ ସେହି ଉଦ୍ୟୋଗର  ଭାଗ ୪୦ ପ୍ରତିଶତରୁ ଅଧିକ। ଭାରତର ମୋଟ ବାର୍ଷିକ ଆଭ୍ୟନ୍ତରୀଣ ଉତ୍ପାଦନ  ବା ଜିଡିପିରେ ଏମଏସଏମଇର ଅଂଶ ହେଲା  ୨୮ ପ୍ରତିଶତ।  ଏହି ଉଦ୍ୟୋଗରେ ପ୍ରାୟ ୧୧୧ ନିୟୁତ ଲୋକ ନିଯୁକ୍ତି ପାଇଛନ୍ତି। ଏଣୁ  ଦେଖିବାକୁ ଗଲେ କୃଷି ଉଦ୍ୟୋଗ ପଛକୁ ଆକାରରେ ଏମଏସଏମଇ ରହୁଛି। ଏହି ଉଦ୍ୟୋଗରେ ମାନୁଫାକଚରିଂ ବା ଉତ୍ପାଦନ, ସେବା ଓ ବାଣିଜ୍ୟର ଅଂଶ ୧ ତୃତୀୟାଂଶ ଲେଖାଏଁ ଫଳତଃ। ଉପରୋକ୍ତ ଚିତ୍ରକୁ ଦେଖିଲେ ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଧ୍ୟାନ ଦିଆଯିବା କଥା ଓ ଏହାର ସମସ୍ୟାଗୁଡ଼ିକୁ ସମାଧାନ କରାଗଲେ ଅଧିକ ଉପକାର ମିଳିବ।

ଏମଏସଏମଇ ୟୁନିଟ ଗୁଡିକ ପକ୍ଷରୁ  ଅନେକଙ୍କର ଆନୁଷ୍ଠାନିକ ପରିଚୟ ନାହିଁ। ଗୁଡିଏ ୟୁନିଟ- ରେଜିଷ୍ଟ୍ରିଭୁକ୍ତ ନୁହଁନ୍ତି। ସଂଖ୍ୟାଧିକଙ୍କର ୱେବସାଇଟ ନାହିଁ। ଯଦିଓ ଆଜିକାଲି ଡିଜିଟାଲ ଯୁଗରେ  ସେସବୁର ଗ୍ରହଣୀୟତା ବଢିଲାଣି। ଦେଶରେ ଯେତିକି ଶିଳ୍ପ ରହିଛି ସେଥିରୁ ମାତ୍ର ୩.୩ ଲକ୍ଷ ୟୁନିଟର  ବାର୍ଷିକ କାରବାର ୫ କୋଟି ଟଙ୍କାରୁ ୭୦ କୋଟି ଟଙ୍କା ମଧ୍ୟରେ । ମାତ୍ର ୫ ହଜାର ୟୁନିଟର  କାରବାର  ୭୦ କୋଟି ଟଙ୍କାରୁ ୨୫୦ କୋଟି ଟଙ୍କା ହୋଇପାରେ। ଗତବର୍ଷ ଏମଏସଏମଇ  ସଂଜ୍ଞା ବଦଳିଗଲା।  ଏଥିରେ କାରବାର ଭିତ୍ତିକ ସୀମାକୁ ବଢାଗଲା ଓ ସେବା ଏବଂ ମାନ୍ୟୁଫାକଚରୀଙ୍କୁ ମିଶାଗଲା। ଗତ ଜୁଲାଇରେ ଋଣ ପାଇବା ପାଇଁ ପାଇକାରୀ ଓ ଖୁଚୁରା ବେପାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଏମଏସଏମଇ ଶ୍ରେଣୀକୃତ କରାଗଲା।

କରୋନାର ପ୍ରଭାବକୁ ଦେଖି  ସରକାର ଯେଉଁ ଅର୍ଥନୈତିକ ଉଦ୍ଦୀପକ ପ୍ୟାକେଜ ଘୋଷଣା  କଲେ  ସେଥିରେ ୬.୨୮ ଲକ୍ଷ କୋଟି ଟଙ୍କାର  ପ୍ୟାକେଜ, ଭାରତର ରପ୍ତାନୀ  ଓ  ଋଣ ଗ୍ୟାରେଣ୍ଟି ନିଗମରେ  ୮୮ କୋଟି ଟଙ୍କାର ଅଂଶଧନ ବିନିଯୋଗ , ୧.୧ ଲକ୍ଷ କୋଟି  ଟଙ୍କାର  ଋଣ ଗ୍ୟାରେଣ୍ଟି,ଗତବର୍ଷ ଫାକ୍ଚରିଂ ରେଗୁଲେସନ ବିଲ୍‌ ପାସ କରାଯିବା, ଦେଢଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ଗ୍ୟାରେଣ୍ଟି ଆଦି ରହିଛି ଯେଉଁଥିରେ ଏମଏସଏମଇ କ୍ଷେତ୍ରକୁ ଋଣଦାନ ବଢିବ। ଏ ସମସ୍ତ ପଦକ୍ଷେପକୁ ସରକାର ଓ ରିଜର୍ଭ ବ୍ୟାଙ୍କ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ  ହିଁ ମାଧ୍ୟମ। କିନ୍ତୁ ଉପଯୁକ୍ତ ପ୍ରୋତ୍ସାହନ ନଥିବାରୁ ଓ ଅନ୍ୟପକ୍ଷରେ ଅନେକ ନିରୁତ୍ସାହ ଯୁକ୍ତ କାରଣ ଥିବାରୁ ବ୍ୟାଙ୍କଗୁଡିକ କେବଳ ନିରାପଦ ଋଣୀକୁ  ବ୍ୟାଙ୍କ ଋଣ ଦେଉଛନ୍ତି। ଅର୍ଥାତ ଯେଉଁମାନେ ଋଣ ପରିଶୋଧ କରିବାର  ଭଲ ରେକର୍ଡ ରହିଛି ସେମାନଙ୍କୁ ହିଁ ବ୍ୟାଙ୍କଗୁଡିକ ଋଣ ଦେବାକୁ ଚାହୁଁଛନ୍ତି।  ତଦ୍ଦ୍ବାରା ଋଣଦାନ ପରିସର ବଢୁନାହିଁ। ଅନ୍ୟପକ୍ଷରେ ସୀମିତ ଋଣୀଙ୍କ ମଧ୍ୟରେ ଋଣ ଦିଆଗଲା ବେଳେ  ଯେଉଁଠାରେ ପରିଶୋଧରେ ଖିଲାପ  ହେଉଛି ତାହା ଅନାଦେୟ ଋଣ ବା ଏନପିଏ ସମସ୍ୟା ବଢାଇ ଦେଉଛି।

ଏହି ସମସ୍ୟା ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ଦେବା ପାଇଁ କୁଣ୍ଠିତ କରୁଛି। ଅନ୍ୟପଟେ ଏମଏସଏମଇ ସବୁ ଋଣ ନପାଇ  ବ୍ୟବସାୟ ବଢାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫାକ୍ଚରିଂ ବିଲ୍‌ ଯୋଗୁଁ  ବାଣିଜ୍ୟିକ ଋଣ ସମସ୍ୟାର ସମାଧାନ  କରିହେବ। ଏବେ ଯେଉଁ  ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଏନବିଏଚଟି ଋଣ ଦେବାକୁ ଯୋଗ୍ୟ  ସେମାନେ  କମ ଖର୍ଚ୍ଚରେ ଶୀଘ୍ର  ଋଣ ଦେଇପାରିବେ।  ମୋଟ କଥା ହେଲା ଏମଏସଏମଇଙ୍କୁ  କମ ମୂଲ୍ୟରେ  ରିସ୍କକୁ ନିୟନ୍ତ୍ରଣରେ ରଖି ଶୀଘ୍ର ଋଣ ଦିଆଯିବା ଦରକାର। ଏଥିଲାଗି  ନୂଆ କୌଶଳ ନେଇ କାମ କରିବାକୁ ପଡ଼ିବ। ଏବେ ଏମଏସଏମଇ ଗୁଡିକର ୮୪ ପ୍ରତିଶତ ଋଣ  ଅଣଆନୁଷ୍ଠାନିକ ସୂତ୍ରରୁ ଆସୁଛି। ତା’ର ପରିମାଣ ୫୮.୪ ଲକ୍ଷ କୋଟି ଟଙ୍କା। ନିଶ୍ଚିତ ଭାବେ ସେହି ଘରୋଇ ଋଣରେ  ବ୍ୟବସାୟୀଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ। ଯଦି ସୁବିଧାରେ ଉଦ୍ୟୋଗୀମାନଙ୍କୁ କମ ସୁଧରେ  ବ୍ୟାଙ୍କ ବା ଏନଏଚବି ସଂସ୍ଥାଗୁଡିକରୁ ଋଣ ମିଳନ୍ତା ତେବେ ସେମାନେ ହାତ ଉଧାରୀ ଘରୋଇ ଋଣ ଚଢା ସୁଧରେ କରନ୍ତେନାହିଁ। ସ୍ଥିତି ନବଦଳିଲେ ଏପରି ଅଣଆନୁଷ୍ଠାନିକ ଋଣ ଦାନ ପ୍ରକ୍ରିୟା ଅବ୍ୟାହତ ରହିବ, ଅନ୍ୟପଟେ  ଏନପିଏ ବଢିଚାଲିଥିବ ଓ ବ୍ୟାଙ୍କ ଗୁଡ଼ିକ ରିସ୍କ ନ ନେଇ ନିରାପଦ ଋଣିକୁ  ଋଣ ଦେଉଥିବେ।

ଦେଶରେ ଆଧାର, ୟୁପିଆଇ, କେୱାଇସି, ଜିଏସଟିଏନ, ଆଇଟି , ଇ-ସାଇନ, ଆକାଉଣ୍ଟ ଏଗ୍ରିଗେଟର ଆଦି ଡିଜିଟାଲ  ବ୍ୟବସ୍ଥାରୁ ଉପରୋକ୍ତ ସମସ୍ୟାର ସମାଧାନ ସମ୍ଭବ। ଋଣୀମାନଙ୍କର ସବିଶେଷ ବିବରଣୀ ବ୍ୟାଙ୍କ ଗୁଡିକ ଡିଜିଟାଲ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସୁବିଧାରେ ପାଇ ଋଣ  ସମ୍ପର୍କରେ ଆଶୁ ନିଷ୍ପତ୍ତି ନେଇପାରିବେ। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଗଲେ ଋଣୀମାନଙ୍କର ଏ ପରିଚୟ ଦସ୍ତାବିଜ ସବୁ ସରକାରୀ ସଂସ୍ଥା ଓ ବ୍ୟାଙ୍କ ମାନଙ୍କ ପାଖରେ ରଖାଯାଇପାରିବ। ଏଥିସକାଶେ ବିଭିନ୍ନ ନିୟାମକ ସଂସ୍ଥା, ମନ୍ତ୍ରଣାଳୟ, ଋଣଦାନକାରୀ ସଂସ୍ଥା, ସବୁ ଏମଏସଏମଇ ଏବଂ ଅନ୍ୟ ପକ୍ଷ ଗୁଡ଼ିକ ସହଯୋଗ କରିବା ଦରକାର। ଡିଜିଟାଲ ସଚେତନତା ବୃଦ୍ଧି ସାଙ୍ଗକୁ ଏକ ବୈଷୟିକ ଆଇନ ନୀତି ପ୍ରଣୟନ ଦ୍ବାରା ଏମଏସଏମଇ ଗୁଡ଼ିକର ସଶସ୍ତ୍ରୀକରଣ ହେବ। ଏ କ୍ଷେତ୍ରରେ ଜର୍ମାନୀ ପଦ୍ଧତି ଅନୁକରଣୀୟ। ଏମଏସଏମଇ ଗୁଡିକ ନିଜର ଭାଗ୍ୟକୁ ଗଢିଲେ ସେମାନଙ୍କ ଠାରୁ ଗବେଷଣା ଓ ବିକାଶ ସଂସ୍ଥା ସହାୟତାରେ ଅଭିନବକରଣ ଦକ୍ଷତା ଅଭାବ ସମସ୍ୟାର ସମାଧାନ,ଅର୍ଥଲଗାଣ, ଷ୍ଟାର୍ଟଅପ ଏବଂ ବୈଦେଶିକ ବାଣିଜ୍ୟ କାରବାର କରିହେବ। ଏଥିଲାଗି ପ୍ରଥମେ ଭିନ୍ନ ଭାବରେ ଚିନ୍ତା କରାଯିବା ଦରକାର।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ