କାଶ୍ମୀର ଉପତ୍ୟକାରେ ହତ୍ୟା

ଗତ କିଛିଦିନ ମଧ୍ୟରେ କାଶ୍ମୀର ଉପତ୍ୟକାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ହତ୍ୟା କରାଯାଇଥିବାରୁ ସେଠାରେ ଆତଙ୍କ ଓ ଭୟର ବାତାବରଣ  ସୃଷ୍ଟି ହୋଇଛି୤ ଏବର୍ଷ ଜାମ୍ମୁକାଶ୍ମୀରରେ ନିରାପତ୍ତା ରକ୍ଷୀଙ୍କ ଅପେକ୍ଷା ବେଶୀ ସାଧାରଣ ଲୋକ ଉଗ୍ରବାଦୀ ହିଂସାକାଣ୍ଡରେ ମୃତ୍ୟୁବରଣ କରିଛନ୍ତି୤ ଏହା ୬ବର୍ଷ ଧରି ରହିଥିବା ଧାରାର ସମ୍ପୂର୍ଣ୍ଣ ବିପରୀତ୤ ଏଥିରୁ ଜଣାପଡୁଛି ଯେ,କେନ୍ଦ୍ର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜାମ୍ମୁକାଶ୍ମୀରରେ ପାକିସ୍ତାନ ପ୍ରୋତ୍ସାହନରେ ଇସଲାମୀୟ  ଗୋଷ୍ଠୀଗୁଡିକ ଅଧିକ ସକ୍ରିୟ ହୋଇଛନ୍ତି୤ ସେମାନଙ୍କର ଏବେକାର କାର୍ଯ୍ୟକଳାପରୁ ଜଣାପଡୁଛି ଯେ, ଅନ୍ତତଃ କାଶ୍ମୀର ଉପତ୍ୟକାରେ ସାମ୍ପ୍ରଦାୟିକ ବାତାବରଣ ଅଧିକ ତିକ୍ତ ହେଉଛି୤ ତଦ୍ଦ୍ବାରା ସଂଖ୍ୟାଲଘୁ  ହିନ୍ଦୁ ଓ ଶିଖମାନେ ଉପତ୍ୟକା ଛାଡି ଚାଲିଯିବେ୤

ଗତ ମଙ୍ଗଳବାର ଦିନ ଶ୍ରୀନଗରରେ ଜଣେ ଜଣାଶୁଣା  କାଶ୍ମୀର ପଣ୍ଡିତ ଫାର୍ମାସିଷ୍ଟ  ଓ ୭୦ ବର୍ଷ ବୟସ୍କ ମାଖନଲାଲ ବିନ୍ଦ୍ରୁଙ୍କୁ ଗୁଳି କରି ହତ୍ୟା କରାଯାଇଛି୤ ସେଠାରେ ଉଗ୍ରବାଦ ବଢିବା ପରେ ଅଧିକାଂଶ କାଶ୍ମୀର ପଣ୍ଡିତ ବାହାରକୁ ଚାଲିଯାଇଥିଲେ ସୁଦ୍ଧା ସେ ନିଜେ ଜନ୍ମସ୍ଥାନ ଛାଡିନଥିଲେ୤ ତାଙ୍କ ବାଦ ଆଉଜଣେ ବିହାରୀ ରାସ୍ତାକଡ ଦୋକାନୀଙ୍କୁ ମଧ୍ୟ ହତ୍ୟା କରାଯାଇଛି୤ ଗୁରୁବାର ଦିନ ଜଣେ ଶିଖ ମହିଳାଙ୍କ ସମେତ ଦୁଇଜଣ ସରକାରୀ ସ୍କୁଲ ଶିକ୍ଷକ କାମ କରୁଥିବା ବେଳେ ସେମାନଙ୍କୁ ହତ୍ୟା କରାଗଲା୤ ଏଥିରୁ ସୂଚୀତ ହେଉଛି ଯେ, କାଶ୍ମୀର ଉପତ୍ୟକାରେ ପୁନର୍ବାର ସାମ୍ପ୍ରଦାୟିକ ବିଭାଜନକୁ ଉସୁକାଇବା ପାଇଁ ଉଦ୍ୟମ କରାଯାଉଛି୤ ସଂଖ୍ୟାଲଘୁଙ୍କ ଉପରେ ଉଗ୍ରବାଦୀ ଆକ୍ରମଣ ବଢିଲେ ତାହା ସହଜ ହେବ୤

କାଶ୍ମୀର ସମ୍ପର୍କରେ ପ୍ରକାଶ ପାଉଥିବା ଖବରରୁ ଦେଖାଯାଇଛି ଯେ ଅଣମୁସଲମାନ ମାନଙ୍କୁ ପୁଣି ଡରାଇବା ପାଇଁ ଉପରୋକ୍ତ  ହିଂସା଍କ କାର୍ଯ୍ୟ ସବୁ ଆରମ୍ଭ ହୋଇଛି୤ ବିଶେଷ ଭାବରେ ବ୍ୟବସାୟୀମାନଙ୍କୁ ନଜରରେ ରଖାଯାଇ ଏହା ହେଉଛି୤ ଯେଉଁମାନେ ବହୁଦଶନ୍ଧ଄ ଧରି ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବାସ କରୁଥିଲେ ସେମାନଙ୍କୁ ଏହାଦ୍ବାରା ଧମକ ଦିଆଯାଉଛି୤ ଏ କ୍ଷେତ୍ରରେ ପ୍ରଶାସନ ଓ ନିରାପତ୍ତା ଦାୟିତ୍ବରେ  ଥିବା କର୍ମକର୍ତ୍ତାଙ୍କର ଚାଲେଞ୍ଜ ବେଶୀ୤ କେବଳ ସେମାନେ କଠୋର ପଦକ୍ଷେପ ଦ୍ବାରା ସ୍ଥ଄ରତା ପ୍ରତିଷ୍ଠା କରିପାରିବେ୤ ହତାଶା ମଧ୍ୟରେ ହିଂସାର ନିର୍ମମତାକୁ  ରାଜନୈତିକ, ଧାର୍ମିକ ଓ ଆଦର୍ଶଗତ ବିଚାରର ଊର୍ଦ୍ଧ୍ବରେ ନିନ୍ଦା କରାଗଲେ ହିଁ କାଶ୍ମୀରବାସୀଙ୍କୁ ଆଶ୍ବାସନା ଦିଆଯାଇପାରିବ୤ ନିହତ ବିନ୍ଦ୍ରୁଙ୍କର କନ୍ୟା ଯେପରି ସ୍ଥ଄ତପ୍ରଜ୍ଞତା, ଭୟଶୂନ୍ୟତା  ଓ ସାହାସ ଦେଖାଇଛନ୍ତି ସେଥିଲାଗି ସେ ଧନ୍ୟବାଦର ପାତ୍ରୀ୤ କାଶ୍ମୀରରେ ଯେତିକି ପଣ୍ଡିତ ରହିଯାଇଛନ୍ତି ସେମାନଙ୍କ ପାଇଁ ବିନ୍ଦ୍ରୁଙ୍କ ହତ୍ୟା ଏକ ଅତିବଡ ଧକ୍କା୤ କେନ୍ଦ୍ରର ବିଜେପି ଶାସିତ ଏନଡିଏ ସରକାର ସମ୍ବିଧାନର ୩୭୦କୁ ଉଚ୍ଛେଦ କରି ଜାମ୍ମୁକାଶ୍ମୀର ଢାଞ୍ଚାକୁ ବଦଳାଇବା ପରେ ପଣ୍ଡିତମାନଙ୍କୁ କାଶ୍ମୀରକୁ ଫେରାଇବାକୁ ଉଦ୍ୟମ କରୁଥିଲେ୤ ଏବେକାର ହିଂସାକାଣ୍ଡ ସେହି ଉଦ୍ୟମକୁ ନିଷ୍ପ୍ରଭ କରିଦେଇଛି୤

ସାମ୍ପ୍ରତିକ ଘଟଣାବଳୀ ନିଶ୍ଚିତ ଭାବେ ନରେନ୍ଦ୍ର ମୋଦି ସରକାରଙ୍କ ଲାଗି ଅଧିକ ଚାଲେଞ୍ଜ ଆଣିଦେଇଛି୤ କାରଣ ମୋଦି ସରକାରଙ୍କର ସମସ୍ତ କୌଶଳ ନିରର୍ଥକ ହେଉଛି ବୋଲି ସେଥିରୁ ସୂଚୀତ ହେଉଛି୤ ବିଜେପି କାଶ୍ମୀର ଉପତ୍ୟକାରେ ଜନସଂଖ୍ୟାର ଢାଞ୍ଚାକୁ ବଦଳାଇବାକୁ ଉଦ୍ୟମ କରୁଛି ବୋଲି ସେଠାରେ ମୁସଲମାନ ସଂଖ୍ୟା ବହୁଳତାକୁ ଆଧାର କରି ରାଜନୀତି କରୁଥିବା ସ୍ଥାନୀୟ ଦଳ ଗୁଡିକ ଅଭିଯୋଗ କରୁଛନ୍ତି୤ ବିଜେପି ନେତୃବୃନ୍ଦ ଭାବୁଥିଲେ ଯେ, କାଶ୍ମୀର ଉପତ୍ୟକାରେ ବାହାରୁ ଅଣମୁସଲମାନ ମାନଙ୍କୁ  ନେଇ ସ୍ଥାୟୀ ଭାବେ ରଖାଗଲେ ସେଠାକାର ସାମ୍ପ୍ରଦାୟିକ ସମସ୍ୟା କମିବ୤ ନିଶ୍ଚିତ ଭାବେ ବିଜେପିର ଏହି କୌଶଳକୁ ପ୍ରତିହତ କରିବା ପାଇଁ ସୀମା ଅପରପଟୁ ଉଦ୍ୟମ ଆରମ୍ଭ ହୋଇଛି୤ ପାକିସ୍ତାନ ପ୍ରୋତ୍ସାହନରେ ଯେଉଁ ଇସଲାମୀୟ ଉଗ୍ରବାଦୀମାନେ କାଶ୍ମୀର ଉପତ୍ୟକାରେ କାମ କରୁଛନ୍ତି ସେମାନେ ପଣ୍ଡିତ ଓ ଅନ୍ୟ ସଂଖ୍ୟାଲଘୁ ମାନଙ୍କ ଉପରେ  ଆକ୍ରମଣ ବଢାଇବାର ଉଦ୍ଦେଶ୍ୟ ହେଲା ଅଣମୁସଲମାନମାନଙ୍କୁ ଧମକ ଦେବା୤ ଅର୍ଥାତ ରାଜ୍ୟ ବାହାରୁ ଯଦି କେହି ଅଣମୁସଲମାନ ବ୍ୟବସାୟ ବା ଅନ୍ୟ କିଛି କରିବା ଲାଗି ସରକାରୀ ପ୍ରୋତ୍ସାହନରେ କାଶ୍ମୀର ଆସିବାକୁ ଚାହୁଁଛନ୍ତି ସେମାନେ ସେଥିରୁ ନିବୃତ୍ତ ରୁହନ୍ତୁ୤ ନଚେତ ସେମାନଙ୍କ ଜୀବନ ପ୍ରତି ସବୁବେଳେ ବିପଦ ରହିବ୤

ନିଶ୍ଚିତଭାବେ କେନ୍ଦ୍ର ଓ ରାଜ୍ୟ ସରକାର ଉଗ୍ରବାଦୀମାନଙ୍କୁ ମୁକାବିଲା କରିବା ପାଇଁ ଅଧିକ ସକ୍ରିୟ ହେବେ ତାହା ଆବଶ୍ୟକ ମଧ୍ୟ୤ ଏବେ ସଂଖ୍ୟାଲଘୁମାନଙ୍କ ପ୍ରତି ଯେପରି ଆକ୍ରମଣ ବୃଦ୍ଧ଄ ପାଇଛି ସେ ଦିଗଟିକୁ ମଧ୍ୟ ନିରାପତ୍ତା ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ଅଧିକ ଧ୍ୟାନ ଦେବେ ୤ ତା’ସହ ସ୍ଥାନୀୟ ରାଜନେତା, ଗୋଷ୍ଠୀ ପ୍ରତିନିଧି ଓ ସିଭିଲ ସୋସାଇଟିକୁ ମଧ୍ୟ ବିଶ୍ବାସକୁ ନିଆଯିବା ଦରକାର୤ ସାମ୍ପ୍ରଦାୟିକ ସଦଭାବ ରକ୍ଷା ସହ ଭୟକୁ ଦୂର କରିବାପାଇଁ ଏହା ଆବଶ୍ୟକ୤  ଅବଶ୍ୟ  ୩୭୦ଧାରାର ଉଚ୍ଛେଦ ଓ ପରବର୍ତ୍ତୀ ଘଟଣାବଳୀ ଗୁଡ଼ିକ ପରେ କାଶ୍ମୀରର ରାଜନେତାମାନଙ୍କ ସହ ରାଜନୈତିକ ବୁଝାମଣା ପରିସର ସଙ୍କୁଚିତ  ହୋଇଯାଇଛି୤ ତଥାପି କେନ୍ଦ୍ର ସରକାର ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଏହାକୁ ଚାଲୁ ରଖାଯିବା ଉଚିତ୤ ଅନ୍ତତଃ ଏହାଦ୍ବାରା ସାଧାରଣ ଲୋକଙ୍କୁ ଆଶାର ସନ୍ଦେଶ ଦେଇହେବ୤ ଏବେକାର ହିଂସାକାଣ୍ଡ ପରିପ୍ରେକ୍ଷୀରେ ଏହାର ଗୁରୁତ୍ବ ବଢିଯାଇଛି୤ ନିଶ୍ଚତ ଭାବେ ଏବେ କାଶ୍ମୀର ଉପତ୍ୟକା ସମେତ ସମଗ୍ର ରାଜ୍ୟର  ଲୋକେ ପୁଣି ଅନିଶ୍ଚୟତାର ଆଶଙ୍କାରେ ଥିବେ୤ ଧାର୍ମିକ ଆନୁଗତ୍ୟ ଯାହା ଥାଉ ପଛେ ସାଧାରଣ ଲୋକେ ଶାନ୍ତିରେ ରହିବାକୁ ଚାହାଁନ୍ତି୤ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଲେ ଯେ,ସଂଖ୍ୟାଗରିଷ୍ଠଙ୍କ ସ୍ଥ଄ତି ନିରାପଦ ରହିବ ତାହା କେହି କହିବେନାହିଁ୤

 

Leave A Reply

Your email address will not be published.

ବ୍ରେକିଂ