ଫେସବୁକ ବିରୋଧରେ ଗୁରୁତର ଅଭିଯୋଗ

ବିଶ୍ବ ପ୍ରସିଦ୍ଧ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକ ଗତ କିଛିଦିନ ମଧ୍ୟରେ  ଅନେକ ବିବାଦ ଭିତରକୁ ଆସିବା ସାଙ୍ଗକୁ ଆମେରିକାରେ କଂଗ୍ରେସର କଡା ଶୁଣାଣିର ସମ୍ମୁଖୀନ ହୋଇଛି୤ ଏହାର କାର୍ଯ୍ୟଶୈଳୀ ନେଇ ସାରା ପୃଥିବୀରେ ଏହି ସଂସ୍ଥା କଟୁ ସାଧାରଣ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି୤ କିନ୍ତୁ ଗତ ସପ୍ତାହରେ  ଉକ୍ତ  ଅନୁଷ୍ଠାନର ଜଣେ ପୂର୍ବତନ କର୍ମଚାରୀ ଯେ କି ଫେସବୁକର ବହୁତ ଦୁର୍ବଳତାକୁ ପଦାରେ ପକାଇ ଦେଇଛନ୍ତି୤ ତାଙ୍କର ସାକ୍ଷ୍ୟ ବିବାଦକୁ ବଢାଇ ଦେଇଛି୤ ଫ୍ରାନ୍ସସେସ  ହାଗେନ ଆମେରିକୀୟ ସିନେଟର ଏକ କମିଟି ଆଗରେ ଫେସବୁକ ସମ୍ପର୍କରେ ସିଧାସଳଖ ବିଶ୍ବସନୀୟତା ଥିବା ଯେଉଁ ପ୍ରମାଣଯୋଗ୍ୟ ତଥ୍ୟ ପ୍ରଦାନ କରିଛନ୍ତି ତାହା ଫେସବୁକର ତଥାକଥିତ ବିଶ୍ବସନୀୟତା ପ୍ରତି ଚରମ ଆଘାତ ଭାବେ ଆସିଛି୤ କାରଣ ହେଲା ଉକ୍ତ ମହିଳା ଫେସବୁକ ସଂସ୍ଥାରେ ବରିଷ୍ଠ ପଦବୀରେ ଥିଲେ, ସେ ସଂସ୍ଥାର ଭିତିରି କଥା ସବୁ ଜାଣନ୍ତି୤ ତା’ଛଡା ସେ ଯେଉଁ  କାଗଜପତ୍ର  ସାଧାରଣରେ ପ୍ରକାଶ କରିଛନ୍ତି ତାହା  ଉକ୍ତ  ସଂସ୍ଥାର ଦୁର୍ବଳତାକୁ ସ୍ପଷ୍ଟ କରୁଛି୤

ଫ୍ରାନସେସ ଯାହା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ୤ ତାଙ୍କର ମତ ହେଲା ଫେସବୁକ ନୈତିକ ଦାୟିତ୍ବ ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ବ ଦିଏ୤ ଏହି ସଂସ୍ଥା ଯାହା ସବୁ ପରିବେଷଣ କରୁଛି ସେସବୁ ଶିଶୁମାନଙ୍କ ପାଇଁ କ୍ଷତିକାରକ, ବିଭାଜନ ସୃଷ୍ଟିକାରୀ  ଏବଂ ଗଣତନ୍ତ୍ରକୁ ଦୁର୍ବଳ କରୁଛି୤ ସେ ଉଲ୍ଲେଖ କରିଛନ୍ତି ଯେ,  ଘୃଣା ଓ ଖଳ କାମର ପ୍ରସାରଣ ବିରୋଧରେ ଏଥିରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ୤ ଏ କ୍ଷେତ୍ରରେ  ଫେସବୁକର ଅନେକ ବିଫଳତାର ଦୃଷ୍ଟାନ୍ତ  ସେ ଉପସ୍ଥାପନ କରିଛନ୍ତି୤

ଫେସବୁକ ବିରୋଧରେ  ଫ୍ରାନସେସ ହାଜନଙ୍କ ସାକ୍ଷ୍ୟ  ଆନ୍ତର୍ଜାତିକ ସ୍ତରରେ ଉକ୍ତ ସଂସ୍ଥା ସମ୍ପର୍କିତ ବିତର୍କକୁ ବଢାଇଛି,ଯାହା ଯଥାର୍ଥ୤ ସେ ଦୁଇଟି ଉଦାହରଣ ଉଲ୍ଲେଖ କରିଛନ୍ତି୤ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଫେସବୁକ ରାଜନୈତିକ  ଚିନ୍ତାଧାରାକୁ ବିଭାଜିତ କରିବା ବିରୋଧରେ ନିରାପତ୍ତା ବ୍ୟବସ୍ଥାକୁ  ହଟାଇ ଦେଲା୤ ଗତ ଜାନୁଆରୀ ୬ ତାରିଖରେ ୱାଶିଂଟନ ସ୍ଥ଄ତ କ୍ୟାପିଟାଲରେ ଯେଉଁ ଦଙ୍ଗା ହେଲା ଏଥିଯୋଗୁଁ ତାହା ଘଟିଥାଇପାରେ ବୋଲି ଫ୍ରାନସେସ କହିଛନ୍ତି୤ ଭାରତ ସମ୍ପର୍କରେ ସେ କହିଛନ୍ତି ଯେ,ଯଦିଓ ଆରଏସଏସ ବ୍ୟବହାରକାରୀ, ବିଭିନ୍ନ ଗୋଷ୍ଠୀ  ଓ  ପ୍ରସାରଣ ପୃଷ୍ଠାରେ ଭୟ ସୃଷ୍ଟି ତଥା ମୁସଲମାନ ବିରୋଧୀ ବର୍ଣ୍ଣନାକୁ ଉତ୍ସାହିତ କରୁଥିବା ଫେସବୁକ ଜାଣିଥିଲା ତଥାପି ତା’ ବିରୋଧରେ ସଂସ୍ଥା କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିଲାନାହିଁ କିମ୍ବା ତାକୁ ଅଟକାଇ ପାରିଲାନାହିଁ୤

ବୋଧହୁଏ ସଂସ୍ଥା ପାଖରେ ଘୃଣା ଭାଷଣ ଚିହ୍ନଟ  କରିବା ପାଇଁ ହିନ୍ଦୀ ଓ ବଙ୍ଗଳାରେ ସେହି ଶ୍ରେଣୀ କରଣକାରୀ ନଥିବାରୁ ଏହି ସମସ୍ୟା ହୋଇଥିଲା୤ ସେ କହିଛନ୍ତି ଯେ,ଏଯାଏଁ ଫେସବୁକ ରାଜନୈତିକ ସ୍ପର୍ଶକାତରତା ଥିବା ଆରଏସଏସକୁ ଏପର୍ଯ୍ୟନ୍ତ ନାମିତ କରିନାହିଁ୤ ମିଆଁମାରରେ ସମୂହ ହତ୍ୟା ପାଇଁ ସେ ଫେସବୁକକୁ ଦାୟୀ କରିଛନ୍ତି୤ ଫ୍ରାନସେସ କହିଛନ୍ତି ଯେ, ପୃଥିବୀର କେତେକ ଅଞ୍ଚଳରେ ଜାତୀୟ ଗୋଷ୍ଠୀଗତ ହିଂସାକୁ ଉସୁକାଇବାରେ ନିଜର ଭୂମିକା ସମ୍ପର୍କରେ ଫେସବୁକ ଅବହେଳିତ ଥିବା ଜଣାପଡୁଛି୤ ଅନେକ କାଗଜପତ୍ରରୁ ଜଣାପଡୁଛି ଯେ, ଫେସବୁକ ମାଲିକାନାରେ ଥିବା ଇନଷ୍ଟାଗ୍ରାମ ଶରୀର ସମ୍ପର୍କିତ ଲଜ୍ଜାର ଧାରଣା ଓ  କମ ବୟସର ବାଳିକାମାନଙ୍କ ମଧ୍ୟରେ  ଅବସାଦକୁ ବଢାଉଛି୤ ସେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଯେ, ଯୁବ ବୟସର ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ମଧ୍ୟରୁ  ୨୦ ପ୍ରତିଶତ ନକରା଍କ ଭାବେ ମାନସିକ  ପ୍ରଭାବିତ ହୋଇଛନ୍ତି୤ ତା’ର ଅର୍ଥ ଫେସବୁକ ଓ ତା’ର ଶାଖାଗୁଡ଼ିକ ଜାଣିଶୁଣି ଅନେକ କ୍ଷତିକାରକ କାମରେ ଲିପ୍ତ ୤

ଏକ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଗଣମାଧ୍ୟମ ମଞ୍ଚ ସବୁ ସମୟରେ ଦାୟିତ୍ବବାନ ଢଙ୍ଗରେ କାମ କରିବା ଉଚିତ୤ ଏହାର ବିପୁଳ ଆର୍ଥିକ ଶକ୍ତି ଥିବାରୁ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନେବାରେ ଫେସବୁକ ଆଗରେ କୌଣସି ସମସ୍ୟା ଉପୁଜିବା କଥା ନୁହେଁ ୤ ଫ୍ରାନସେସଙ୍କ ମତ ହେଲା ଫେସବୁକ ନିଜେ ଯେଉଁ ସବୁ ବିଷୟ ପ୍ରସାର କରୁଛି ଓ ବ୍ୟବହାରକାରୀଙ୍କ ଉପରେ ତା’ର ଯାହାସବୁ ପ୍ରଭାବ ପଡୁଛି ସେ ସମ୍ପର୍କରେ ଅଜ୍ଞବାଦୀ୤ ଅର୍ଥାତ ଫେସବୁକ ଦ୍ବାରା ପ୍ରସାରିତ ବିଷୟ ଗୁଡିକର ନକରା଍କ ନେଇ ଏହାର କର୍ତ୍ତୃପକ୍ଷ ଅବଗତ ନୁହଁନ୍ତି ବା ଜାଣିଶୁଣି ତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି୤ କିନ୍ତୁ ଯୁବ ଫେସବୁକ ବ୍ୟବହାରକାରୀଙ୍କ ଉପରେ ବିଶେଷ ଭାବରେ ସମ୍ବେଦନଶୀଳ ବୟସ ଗୋଷ୍ଠୀରେ ଏହାର ପ୍ରଭାବ ଅତ୍ୟନ୍ତ କ୍ଷତିକାରକ୤ ତଦ୍ଦ୍ବାରା ସାମାଜିକ ଉତ୍ତେଜନା ବଢିବ ଏହାର ବିଭାଜନକାରୀ ବିଷୟ ଦ୍ବାରା ସମାଜରେ ସଂଘର୍ଷ ସୃଷ୍ଟି ହେବ୤ କାରଣ  ତଥ୍ୟ ହେଲା ବାଣିଜ୍ୟ୤

ଫେସବୁକ କମ୍ପାନୀ ସାଧାରଣ ସର୍ତ୍ତ ଅପେକ୍ଷା ଲାଭକୁ ବେଶୀ ପ୍ରାଧାନ୍ୟ ଦେଉଛି୤ ଫ୍ରାନସେସ ଯଦିଓ ଫେସବୁକର କଟୂସମାଲୋଚନା କରିଛନ୍ତି ତଥାପି ସେ ଏହାର ଉନ୍ନତି ପାଇଁ ଅନେକ ଗଠନ ମୂଳକ ପରାମର୍ଶ ରଖିଛନ୍ତି୤ ଫେସବୁକ ଉପରେ ଅଧିକ ନିୟାମକ ଯାଞ୍ଚ ଓ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ  ଦାବି ଉଠୁଥିବା ବେଳେ ଫ୍ରାନସେସଙ୍କର ବିସ୍ଫୋରକ ବୟାନ ଚର୍ଚ୍ଚାକୁ ଆସିଛି୤ ତାଙ୍କର ବିଷୟ ଥିଲା ଫେସବୁକର ସମୂହ ଉପକାର କରିବାର ସାମର୍ଥ୍ୟ ରହିଛି୤  ଉକ୍ତ ସଂସ୍ଥା  ନିଜକୁ ନୈତିକ  ଦେବାଳିଆ  ବୋଲି ଘୋଷଣା କରି ପୁଣି ଆଗକୁ ଯିବା ପାଇଁ ତାକୁ ସୁଯୋଗ ଦିଆଯିବାକୁ ସେ ପରାମର୍ଶ ଦେଇଛନ୍ତି୤ ନୀତିଗତ ଦୃଷ୍ଟିରୁ ବୈଷୟିକ କୌଶଳର ଉନ୍ନତିକରଣ ଉପରେ ତାଙ୍କର ଗୁରୁତ୍ବାରୋପ ଆଗାମୀ ଦିନରେ ନିଶ୍ଚିତ ଭାବେ ଅଧିକ ପ୍ରାଧାନ୍ୟ ପାଇବ୤

 

Leave A Reply

Your email address will not be published.

ବ୍ରେକିଂ