ବିଦ୍ୟୁତ ଲାଗି କୋଇଲା ସମସ୍ୟା

ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ ଗୁରୁତର କୋଇଲା ଅଭାବ ସମସ୍ୟା ଯୋଗୁଁ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବାର ଆଶଙ୍କାକୁ କେନ୍ଦ୍ର ସରକାର ଅସ୍ବୀକାର କରିଥିଲେ ସୁଦ୍ଧା ଆଶଙ୍କା ପଛରେ ଯଥେଷ୍ଟ ସତ୍ୟତା ରହିଛି୤ ବର୍ଷା ଋତୁ ଶେଷ ହେବାକୁ ଯାଉଥିବାରୁ ଆଗକୁ ଶୀତଦିନ ପରେ  ତାପମାତ୍ରା ବଢିଲେ ବିଦ୍ୟୁତ ଚାହିଦା ବୃଦ୍ଧ଄ ପାଇବ୤ ସେ ସମୟରେ ଜଳଭଣ୍ଡାର ଗୁଡିକର ଜଳସ୍ତର ହ୍ରାସ ପାଇ  ଜଳବିଦ୍ୟୁତ ଉତ୍ପାଦନ କମିଯିବ ଓ ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡିକ ଉପରେ  ନିର୍ଭରଶୀଳତା ବୃଦ୍ଧ଄ ପାଇବ, ଏହି ପରିସ୍ଥ଄ତି ଆଗାମୀ କେଇମାସ ମଧ୍ୟରେ ଆସିବ୤ ଏହି କାରଣରୁ ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବ ସମସ୍ୟାକୁ ହାଲକା ଭାବେ ନିଆଯିବା ଅନୁଚିତ୤ ସବୁବେଳେ ବର୍ଷା ଋତୁ ସରିବା ମାତ୍ରେ  କୋଇଲା ଅଭାବ ଦେଖା ଦେଇଥାଏ୤ ଏଥର  କେତେକ ବିଶ୍ବସ୍ତରୀୟ ତଥା  ସ୍ଥାନୀୟ କାରଣ ଏହି ସଙ୍କଟକୁ ବଢାଉଛି୤ ଦେଶ କରୋନା ପ୍ରଶମିତ ହେବା ବେଳେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ  ଉଦ୍ୟମ କରୁଥିବାରୁ ଏହି ସମସ୍ୟାକୁ  ଗୁରୁତ୍ବ ଦିଆଯିବା ଦରକାର୤

ଦିଲ୍ଲୀ ସରକାର ସେଠାରେ ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡିକରେ କୋଇଲା ନଥିବା ଦର୍ଶାଇ ବିଦ୍ୟୁତ ଅଭାବ ସୃଷ୍ଟିର ଅଭିଯୋଗ କରିବା ପରେ କେନ୍ଦ୍ର ସରକାର ତାକୁ ଖଣ୍ଡନ କରିଛନ୍ତି୤ ସେଥିସହ ଦେଶର ବିଭିନ୍ନ ତାପଜ ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ଷ୍ଟକ କମି ଯାଇଥିବା ଆଶଙ୍କାକୁ କେନ୍ଦ୍ର ଦୂର କରିଛି୤ କେନ୍ଦ୍ର ସରକାର କହିଛନ୍ତି ଯେ ଦେଶର ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ ୭୨ ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି ଯାହା ୪ଦିନର ଆବଶ୍ୟକତା ପୂରଣ କରିପାରିବ୤ କୋଇଲା ଉତ୍ପାଦନକାରୀ ସରକାରୀ ଉଦ୍ୟୋଗ କୋଲ ଇଣ୍ଡିଆ ପାଖରେ ୪୦୦ ଲକ୍ଷ ଟନ କୋଇଲା ରହିଛି ଯାହାକୁ ପ୍ଲାଣ୍ଟଗୁଡିକୁ ପଠାଯିବ୤

ଦେଶର ୮୦ ପ୍ରତିଶତ କୋଇଲା କୋଲ ଇଣ୍ଡିଆ ଉତ୍ପାଦନ କରେ୤ ସ୍ଥାନୀୟ ମାର୍କେଟରେ ମିଳୁଥିବା ପ୍ରାୟ ସବୁ କୋଇଲା କୋଲ ଇଣ୍ଡିଆ ଯୋଗାଏ୤ ଅବଶିଷ୍ଟ ପରିମାଣ ବିଭିନ୍ନ ଧାତବ ଓ ସିମେଣ୍ଟ ଶିଳ୍ପର ନିଜସ୍ବ କୋଇଲା ଖଣିରୁ ମିଳିଥାଏ୤ ଏବର୍ଷ ବର୍ଷା ଋତୁରେ କୋଇଲା ଖଣିରେ ପ୍ରବଳ ବର୍ଷା ଉତ୍ପାଦନକୁ ବ୍ୟାହତ କରିଛି୤ କିନ୍ତୁ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା କୋଇଲା ଚାହିଦା ଆଶାଠାରୁ ଅଧିକ ବଢାଇ ଦେଇଛି୤  ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷ ଶେଷ ସୁଦ୍ଧା କୋଲ ଇଣ୍ଡିଆ ୨୫୦ ନିୟୁତ ଟନ କୋଇଲା ଉତ୍ପାଦନ କରିଥିଲା୤ ତାହା ଗତବର୍ଷର ସେହି ସମୟଠାରୁ କିଛିଟା ଅଧିକ୤ ଅବଶ୍ୟ ଗତବର୍ଷ କରୋନା ଜନିତ ଲକଡାଉନରେ ଅର୍ଥନୈତିକ କାର୍ଯ୍ୟକ୍ରମ ଠପ ହୋଇଯାଇଥିଲା୤ ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କୋଇଲା ଉଠାଣ ୩୦୭ ନିୟୁତ ଟନରୁ ଅଧିକ ହୋଇଛି୤

ଉତ୍ପାଦନ ଓ ଉଠାଣ ମଧ୍ୟରେ ତାରତମ୍ୟ ଖଣି ମୁଣ୍ଡରେ ଥିବା ଷ୍ଟକରୁ ପୂରଣ ହୋଇଛି୤ କିନ୍ତୁ ଏବେ ଖଣି ମୁଣ୍ଡରେ ଥିବା ଷ୍ଟିକ ହେଡ ଷ୍ଟକ ପ୍ରାୟ ସରିଗଲାଣି୤  ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡିକରେ ମଧ୍ୟ ଷ୍ଟକ ଯଥେଷ୍ଟ ହ୍ରାସ ପାଇଛି୤ ଏହି କାରଣରୁ ବିଦ୍ୟୁତ ପ୍ଲାଣ୍ଟଗୁଡିକରୁ ବିଜୁଳି ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇ ଦେଶ ସାରା ବ୍ୟାପକ ବିଦ୍ୟୁତ କାଟ ହେବାର ପରିସ୍ଥ଄ତି ସୃଷ୍ଟି ହୋଇଛି୤ ସରକାର ବିଦ୍ୟୁତ ସଙ୍କଟର ଆଶଙ୍କାକୁ ଦୂର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାସ୍ତବ ପରିସ୍ଥ଄ତିକୁ ଦେଖିବାକୁ ହେବ୤  ଦେଶରେ ୧୩୫ଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ଚାଲୁଛି୤ ସେଥିରୁ ୧୬ଟିରେ ଏବେ ପ୍ରାୟ ମୋଟେ କୋଇଲା ନାହିଁ୤ ୨୭ଟି ପ୍ଲାଣ୍ଟରେ ମାତ୍ର ଦିନକ ଲାଗି କୋଇଲା ଅଛି୤ ଅନ୍ୟ ପ୍ଲାଣ୍ଟ ଗୁଡିକରେ  ହାରାହାରି ଭାବେ ସପ୍ତାହକରୁ  କମ ସମୟର  ଆବଶ୍ୟକ  କୋଇଲା ଷ୍ଟକ ଅଛି୤ କିନ୍ତୁ ପ୍ଲାଣ୍ଟଗୁଡିକରେ ୧୪ଦିନର ବ୍ୟବହାର ଲାଗି ଆବଶ୍ୟକ କୋଇଲା ରହିବା କଥା୤ ସରକାରଙ୍କ ନିଜ ତଥ୍ୟ ଅନୁସାରେ ୪ ଦିନର  କୋଇଲା ଷ୍ଟକ ଥିବା  ମଧ୍ୟ ଆବଶ୍ୟକତାଠାରୁ ଯଥେଷ୍ଟ କମ୤

ଦୈନିକ ବିଦ୍ୟୁତ ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ ୮୦ ହଜାର ଟନ କମ ହେଉଛି୤ ଏହାକୁ ଦେଖିଲେ ପ୍ଲାଣ୍ଟଗୁଡିକ ଯେକୌଣସି ସମୟରେ  ବନ୍ଦ ହୋଇ ଯାଇପାରେ୤ ୨୦୧୩ ଓ ୨୦୧୬ରେ କୋଇଲା ଯୋଗାଣ  ବିଦ୍ୟୁତ ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ ହ୍ରାସ ଯୋଗୁଁ ଗୁରୁତର ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇଥିଲା୤ ଏବେ  ଆଶାତୀତ ଭାବେ ବିଦ୍ୟୁତ ଚାହିଦା ବଢିଯାଇଛି୤ ଉତ୍ପାଦନ ପ୍ରକ୍ରିୟା ଉପରେ ଚାପ ଏହାକୁ ବଢାଉଛି୤ ଏହି ଅବସ୍ଥାରେ ବିଦ୍ୟୁତ ଉତ୍ପାଦନ ସମ୍ପର୍କିତ କଞ୍ଚାମାଲ ସମସ୍ୟାକୁ ଗୁରୁତ୍ବ ଦେବାକୁ ହେବ୤ ବିଶ୍ବ ସ୍ତରରେ ଶକ୍ତି ଦର ଯଥେଷ୍ଟ ବଢିଛି୤ ସେଥିଯୋଗୁଁ କୋଇଲା ପରି  ଉପାଦାନର ମୂଲ୍ୟ ବଢିଚାଲିଛି୤ ବର୍ଷା ଯୋଗୁଁ  ଇଣ୍ଡୋନେସିଆରେ କୋଇଲା ଉତ୍ପାଦନ ବ୍ୟାହତ ହୋଇଥିବାରୁ ଏହି ସମସ୍ୟା  ଆହୁରି ଖରାପ ହୋଇଛି୤ ଭାରତ ମୁଖ୍ୟତଃ ଇଣ୍ଡୋନେସିଆରୁ କୋଇଲା ଉତ୍ପାଦନ କରିଥାଏ୤ ଜାହାଜ ଭଡା ଦ୍ରୁତଗତିରେ ବୃଦ୍ଧ଄ ପାଇଥିବାରୁ କୋଇଲା ଆମଦାନୀ ଖର୍ଚ୍ଚ ମଧ୍ୟ ବଢିଚାଲିଛି୤ ଏଣୁ ଯେଉଁ ବିଦ୍ୟୁତ ପ୍ଲାଣ୍ଟ ସବୁ  ଆମଦାନୀ କୋଇଲା ଉପରେ ନିର୍ଭର କରୁଛନ୍ତି ସେମାନେ ବିଦ୍ୟୁତ ଉତ୍ପାଦନ କମାଇ ଦେଉଛନ୍ତି୤ ଫଳରେ ଦେଶୀୟ କୋଇଲାରେ ଚାଲୁଥିବା ତାପଜ ପ୍ଲାଣ୍ଟଗୁଡିକ  ଉପରେ ଚାପ  ଅଧିକ ହୋଇଛି୤

ସେମାନେ ଷ୍ଟକ ଥିବା କୋଇଲାକୁ ଦ୍ରୁତ ଗତିରେ ବ୍ୟବହାର କରୁଛନ୍ତି୤ ଅନ୍ୟପଟେ ବର୍ଷା ଯୋଗୁଁ ଓ ରେଳ ରେକ ଅଭାବ କାରଣରୁ  ବିଦ୍ୟୁତ ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ ବ୍ୟାହତ ହୋଇଛି୤ ଏହି ସଙ୍କଟ ସମ୍ପର୍କରେ ଆଗରୁ ସୂଚନା ଦିଆଯାଇଥିଲା୤ କୋଲ ଇଣ୍ଡିଆ କେନ୍ଦ୍ରୀୟ  ବିଦ୍ୟୁତ  ଅଥରିଟିକୁ ଏ ସମ୍ପର୍କରେ ସତର୍କ କରାଯାଇଥିଲା୤ ଏଥିରେ କୁହାଯାଇଥିଲା ଯେ, ବିଦ୍ୟୁତ ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ ବଢା ନଗଲେ ସଙ୍କଟ ସୃଷ୍ଟି ହେବ୤ ଗତ ଫେବୃଆରୀ କୋଲ ଇଣ୍ଡିଆ ଏ ବିଷୟ କହିଥିଲା୤ କିନ୍ତୁ ସରକାର ଏ ବିଷୟରେ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି୤ ଅବଶ୍ୟ ଏଥିରୁ ବିଦ୍ୟୁତ ଉଦ୍ୟୋଗର ଗଭୀର ସମସ୍ୟା ମଧ୍ୟ ବିଚାରକୁ ଆସୁଛି୤ ଭାରତ ପୃଥିବୀର ଦ୍ବିତୀୟ ବୃହତ କୋଇଲା ଉତ୍ପାଦନକାରୀ ଓ ବ୍ୟବହାରକାରୀ ଓ ତା’ପାଖରେ ବିଶ୍ବର ଚତୁର୍ଥ ବୃହତ୍ତମ କୋଇଲା ରିଜର୍ଭ ରହିଛି୤ ତଥାପି ଚୀନ ପଛକୁ ଭାରତ କୋଇଲାରେ ବିଶ୍ବର ଦ୍ବିତୀୟ ବୃହତ  ଆମଦାନୀକାରୀ୤ କାରଣ  ହେଲା କୋଇଲା ଉଦ୍ୟୋଗରେ ଦକ୍ଷତାର ଅଭାବ ଏହା ଦୂର ହେବା ଦରକାର୤ ଏହାକୁ ତଥା ବିଦ୍ୟୁତ ଉଦ୍ୟୋଗର  ଅନ୍ୟାନ୍ୟ ଦୁର୍ବଳତାକୁ ଦୂର କରାଯିବା ଦରକାର୤

Leave A Reply

Your email address will not be published.

ବ୍ରେକିଂ