ଟାଟା ହାତରେ ଏୟାରଇଣ୍ଡିଆ

ପରିଶେଷରେ ଏୟାରଇଣ୍ଡିଆ  ଏହାର ମୂଳ ପ୍ରତିଷ୍ଠାତା ଟାଟା କମ୍ପାନୀକୁ ବିକ୍ରି ହେବା ଭାରତର ଆର୍ଥିକ ଉଦାରୀକରଣର  ୩ ଦଶନ୍ଧ଄ ପୂର୍ତ୍ତିର ଏକ ଉଲ୍ଲେଖନୀୟ ଘଟଣା୤ ସ୍ବାଧୀନତା ପରବର୍ତ୍ତୀ ବର୍ଷ ମାନଙ୍କରେ ଭାରତ ଜାତୀୟକରଣ ଆଭିମୁଖ୍ୟ ନେବା ବେଳେ  ୧୯୫୩ରେ ଏୟାରଇଣ୍ଡିଆକୁ  ଏୟାର କର୍ପୋରେସନ ସାଇନରେ ହାତକୁ ନେଇଥିଲା୤ ୬୮ବର୍ଷ ପରେ ଏୟାରଇଣ୍ଡିଆ ନିଜ ଘରକୁ ଫେରିବା ଘରୋଇ କରଣ କାର୍ଯ୍ୟକ୍ରମର ଏକ ନୂଆ ଦିଗ, ଯାହା ପରୋକ୍ଷରେ ସୂଚାଇ ଦେଇଛି ଯେ,ସରକାରଙ୍କ ପକ୍ଷରେ ସଫଳତାର ସହ ବ୍ୟବସାୟ କରିବା ସମ୍ଭବନୁହେଁ ଓ ସରକାର ବ୍ୟବସାୟରେ ରହିବା ଅନୁଚିତ୤ ଅବଶ୍ୟ ଏୟାରଇଣ୍ଡିଆକୁ ସଜାଡିବା ପାଇଁ ସରକାରଙ୍କର ସମସ୍ତ ଉଦ୍ୟମ ବିଫଳ ହେବା ପରେ ଦେଶର ଘରୋଇ ଉଦ୍ୟୋଗରେ ସ୍ବତନ୍ତ୍ର ଭାବମୂର୍ତ୍ତି ଥିବା ଟାଟା କମ୍ପାନୀକୁ ଏହାର ହସ୍ତାନ୍ତରକୁ  ସେପରି କିଛି ବିରୋଧ ହୋଇନାହିଁ୤

ରାଜନୈତିକ ଶ୍ରେଣୀ ସମେତ ପକ୍ଷଭୁକ୍ତ ଅନ୍ୟ ସମସ୍ତେ ପରିବର୍ତ୍ତନରେ ହିଁ ଆବଶ୍ୟକତାକୁ ଗ୍ରହଣ କରିନେଇଛନ୍ତି୤ ନିଶ୍ଚିତ ଭାବେ ଏହାପରେ କେନ୍ଦ୍ର ସରକାର ଅନ୍ୟ କେତେକ ବୃହତ ସରକାରୀ ଉଦ୍ୟୋଗର ଘରୋଇକରଣ ଓ ସେସବୁରୁ ପୁଞ୍ଜି ପ୍ରତ୍ୟାହାରକୁ  ପ୍ରାଧାନ୍ୟ ଦେବେ୤  ଦେଶର ବେସାମରିକ ବିମାନ ଚଳାଚଳ ମାର୍କେଟରେ ଏୟାରଇଣ୍ଡିଆର ସୁନାମ ଓ  ଉଚ୍ଚ ବ୍ରାଣ୍ଡ ମୂଲ୍ୟ ଜଣାଶୁଣା୤ ଏହା ପ୍ରତି ଦେଶର  ଏକ ଆବେଗଯୁକ୍ତ ସଂଯୋଗ ଥିଲା୤  କିନ୍ତୁ  ସ୍ବୀକାର କରିବାକୁ ହେବ ଯେ, ଦୁଇ ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାରଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସର ମିଶ୍ରଣ ବେଳକୁ ସେମାନଙ୍କର ମୋଟ ବିମାନ ସଂଖ୍ୟା ୧୦୦ରୁ ଯଥେଷ୍ଟ କମ ଥିଲା୤ ତା’ପରେ ମଧ୍ୟ ଏୟାରଇଣ୍ଡିଆର ଅବସ୍ଥା ସୁଧୁରିନଥିଲା ଏବଂ ତାହା ସରକାରଙ୍କ ଉପରେ ବଡ ଆର୍ଥିକ ବୋଝ ହୋଇରହିଥିଲା୤ ଦିନକୁ ସଂସ୍ଥା ୨୦ କୋଟି ଟଙ୍କା କ୍ଷତି କରୁଥିଲା୤ ଶେଷରେ ଏହାର ଘରୋଇକରଣ ପାଇଁ ମାତ୍ର  ୨ ଜଣ ଦାବିଦାର ରହିଥିଲେ ଓ ବିକ୍ରିର ସମଗ୍ର ପ୍ରକ୍ରିୟାଟି ଯଥେଷ୍ଟ ବିଳମ୍ବିତ ହୋଇଥିଲା୤ ଯେହେତୁ ସ୍ବାଧୀନତା ପୂର୍ବରୁ ଟାଟା ଗ୍ରୁପ ଏହାକୁ ପ୍ରତିଷ୍ଠା କରିଥିଲା ଓ ତା’ହାତକୁ ଏହା ଫେରିଯାଇଛି ସେ କାରଣରୁ  ଜନମାନସିକତାରେ ଏହା ବୋଧହୁଏ ବେଶୀ ଗ୍ରହଣୀୟ ହୋଇଛି୤ ହୁଏତ ଅନ୍ୟକୌଣସି କମ୍ପାନୀ ହାତକୁ ଏହା ଯାଇଥିଲେ ପ୍ରତିକ୍ରିୟା ଭିନ୍ନ ହୋଇଥା’ନ୍ତା୤

ଟାଟା ଗ୍ରୁପ ବେସାମରିକ ବିମାନ ଚଳାଚଳ ଉଦ୍ୟୋଗରେ ପ୍ରବେଶ କରି ଏୟାରଏସିଆ ଓ ଭିସ୍ତାରା ସଂସ୍ଥା ଦ୍ବୟକୁ ଚଳାଉଥିବା  ବେଳେ ଏୟାରଇଣ୍ଡିଆ ଖର୍ଦ୍ଦି ପାଇଁ  ଟାଲେସ  ପ୍ରାଇଭେଟ ଲିମିଟେଡ ନାମକ ସ୍ବତନ୍ତ୍ର  ସଂସ୍ଥା ଗଠନ କରିଛି୤ ଏବେ ଟାଟା କମ୍ପାନୀ ସବୁ ବିମାନ ସଂସ୍ଥାକୁ ମିଶାଇବ କି ବୋଲି ପ୍ରଶ୍ନ ଉଠୁଛି୤ ଅବଶ୍ୟ ସେ କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ହେବନାହିଁ୤ ଟାଟାର ତିନୋଟି ଯାକ ସଂସ୍ଥାର ଆଭ୍ୟନ୍ତରୀଣ ବ୍ୟବସାୟ ଅଂଶ ୨୬.୭ ପ୍ରତିଶତ୤ କିନ୍ତୁ ଆନ୍ତର୍ଜାତିକ ରୁଟରେ ଏଣିକି ଟାଟାର ଅଂଶ ୫୦ ପ୍ରତିଶତରୁ ଅଧିକ ହେବ୤ କାରଣ ଏୟାରଇଣ୍ଡିଆ  ଭାରତରୁ ଆନ୍ତର୍ଜାତିକ ବିମାନ ଯାତ୍ରାରେ ୫୦.୬୪ ପ୍ରତିଶତ ଅଂଶ  ନିୟନ୍ତ୍ରଣ କରୁଛି୤  ଭିସ୍ତାରା  ଏବେ ଆନ୍ତର୍ଜାତିକ ବ୍ୟବସାୟିକ ମୁହାଁ ହୋଇଛି୤ ଏୟାରଇଣ୍ଡିଆର ଘରୋଇକରଣ ଭାରତ ପାଇଁ ଏକ ବିଶ୍ବସ୍ତରୀୟ ବିମାନ ଚଳାଚଳ ସଂସ୍ଥା ସୃଷ୍ଟି କରିବାର  ସୁଯୋଗ ଆଣି ଦେଇଛି୤

ଦେଶର ଶିଳ୍ପ ଉଦ୍ୟୋଗରେ ଗତ କେଇ ଦଶନ୍ଧ଄ ମଧ୍ୟରେ ଆନ୍ତର୍ଜାତିକ ପ୍ରତିଷ୍ଠା ଅର୍ଜନ କରିଥିବା ସଂସ୍ଥା ସବୁ  ସୃଷ୍ଟି ହୋଇଥିବା  ବେଳେ ସ୍ବାଧୀନ ଭାରତଠାରୁ ପୁରୁଣା ଟାଟା ଶିଳ୍ପ ଗୋଷ୍ଠୀ  ଏୟାରଇଣ୍ଡିଆ ଅଧିଗ୍ରହଣ ଦ୍ବାରା ନିଜର ବିଶ୍ବ ପରିଚିତିକୁ ବଢାଇବାର ସୁଯୋଗ ପାଇଛି୤ ଏଣୁ  ଟାଟାର ପରିଚାଳନା କର୍ତ୍ତୃପକ୍ଷ  ନୂଆ  ଚାଲେଞ୍ଜକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୤ ଏୟାରଇଣ୍ଡିଆ ତା’ର ଦୁଇତୃତୀୟାଂଶ ଆୟ  ଆନ୍ତର୍ଜାତିକ ମାର୍କେଟରୁ ପାଉଥିଲା୤ ବିଦେଶଗସ୍ତ କରୁଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଗଲ୍ଫ ଦେଶଗୁଡିକର ବିମାନ ସଂସ୍ଥାଗୁଡିକ ନେଇଯାଇଥିଲେ୤ ଏବେ ସେମାନେ ଏୟାରଇଣ୍ଡିଆର ନୂଆ ମାଲିକଙ୍କଠାରୁ ନିଶ୍ଚିତ ଭାବେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବେ୤ ଭାରତୀୟ ବେସାମରିକ ବିମାନ ବଜାରରେ ଗତ ୧୫ବର୍ଷ ତଳୁ ଆରମ୍ଭ ହୋଇଥିବା ଇଣ୍ଡିଗୋ ସର୍ବବୃହତ ଯାତ୍ରୀବାହୀ ସଂସ୍ଥାରେ ପରିଣତ ହୋଇଛି୤

ଟାଟାକୁ ତା’ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ୤ ଏୟାରଇଣ୍ଡିଆ ଘରୋଇକରଣ ପ୍ରକ୍ରିୟାର ଅନ୍ୟ ଏକ ଶିକ୍ଷଣୀୟ ଦିଗ ହେଲା, ସରକାର ସବୁ ବିକଳ୍ପର ପରୀକ୍ଷା କରି ଏପରି ଏକ ସିଦ୍ଧାନ୍ତରେ ପହଞ୍ଚିଲେ  ଯାହାକୁ କେହି ବିରୋଧ କରି ପାରିବେନାହିଁ୤ ସବୁ ପ୍ରକାର ଆର୍ଥିକ ସଂସ୍କାର କ୍ଷେତ୍ରରେ ବିଶେଷ ଭାବରେ ଘରୋଇ କରଣରେ ଏହି ସୂତ୍ରକୁ ଅନୁସରଣ କରାଯାଇପାରିବ୤ କରୋନାଜନିତ ଅର୍ଥନୈତିକ କ୍ଷତି ଯୋଗୁଁ ବେସାମରିକ ବିମାନ ବଜାର ମଧ୍ୟ ପ୍ରଭାବିତ ହୋଇଛି୤ ଏହି ଅବସ୍ଥାରେ ଟାଟା ଗ୍ରୁପ ନେଇଥିବା ଚାଲେଞ୍ଜକୁ ସାମ୍ନା କରି ଏୟାରଇଣ୍ଡିଆର ପୁନରୁଦ୍ଧାର କରିବା ନିଶ୍ଚିତ ଭାବେ କଷ୍ଟକର ହେବ୤ ଅବଶ୍ୟ ସରକାର ସଂସ୍ଥାର ଅନେକ ଋଣ କାଟି ଦେଇଛନ୍ତି ଏବଂ ୫୫ ହଜାର ପୂର୍ବତନ କର୍ମଚାରୀଙ୍କର ଅବସର ପାଉଣା ନିଜେ ବହନ କରିବେ୤ ବର୍ଷକ ପାଇଁ ଟାଟା ସଂସ୍ଥାର ଏବେକାର କମର୍ଚାରୀଙ୍କୁ ରଖିବ୤ ପରେ ସେମାନଙ୍କ ପାଇଁ ଭିଆରଏସ ପ୍ରବର୍ତ୍ତିତ ହୋଇପାରେ୤ ଟାଟା ବ୍ରାଣ୍ଡ ନାମ ଥିବାରୁ ଏୟାରଇଣ୍ଡିଆ ତା’ର ଗୁଣା଍କ ସେବାକୁ ନିଶ୍ଚିତ ଭାବେ ଉନ୍ନତ କରିବ ବୋଲି ଆଶା୤ ଟାଟା ଗ୍ରୁପର ବୟୋଜ୍ୟେଷ୍ଠ ପୃଷ୍ଠପୋଷକ ରତନ ଟାଟାଙ୍କ ସମୟରେ ତାଙ୍କର ପୂର୍ବାଧିକାରୀ ପାଇଲଟ ଜେଆରଡି ଟାଟାଙ୍କର ଅତି ପ୍ରିୟ ଏୟାରଇଣ୍ଡିଆ କମ୍ପାନୀ ହାତକୁ ଫେରି ଆସିଥିବାରୁ ନିଶ୍ଚିତ ଭାବେ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ହୋଇରହିବ୤ ଏବେ ଆଶା ଯେ,କେନ୍ଦ୍ର ସରକାର ପ୍ରସ୍ତାବିତ ଭାରତୀୟ ପେଟ୍ରୋଲିୟମ (ବିପିସିଏଲ) ଓ କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ ତଥା ଅନ୍ୟ ସରକାରୀ ଉଦ୍ୟୋଗର ଘରୋଇକରଣ ଓ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ ଆଗେଇ ନେବେ୤

 

Leave A Reply

Your email address will not be published.

ବ୍ରେକିଂ