ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ରାତି ୨ଘ ୧୦ ମି ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗହେବ । ମନରେ ଅସ୍ଥିରତା ବଢିବ । ଜମି ଜମା ସମସ୍ୟାର ସହଜ ସମାଧାନ ମିଳିବ ନାହିଁ । ଦୂର ଯାତ୍ରାରେ କ୍ଷତି ବୈଷୟିକ ଉନ୍ନତି, ରାଜନୀତିରେ ଆଦୃତି ଓ କର୍ମ କ୍ଷେତ୍ରରେ ପ୍ରେରଣା ପାଇବେ ।

ବୃଷ: କର୍ମ କ୍ଷେତ୍ର ଓ ପରିବାରରେ ମାନ ମନାନ୍ତର ଆସିପାରେ । ଅସହଯୋଗ ଆସିବ ନିଜ ଉପାର୍ଜିତ ଧନ ଉପରେ େବଶୀ ନିର୍ଭର କରିବେ । ଅଧିକ ବ୍ୟୟ ପାଇଁ ଋଣର ଆଶଂକା ଅଛି । ଉଦର ପୀଡ଼ା, ଦ୍ରବ୍ୟଲାଭ ଓ ଦେବକାର୍ଯ୍ୟରେ ନିଷ୍ଠା ବଢିବ ।

ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ । ସନ୍ତାନସନ୍ତତି ସୁଖ ଅର୍ଥ ଦ୍ରବ୍ୟ ପ୍ରାପ୍ତି । ସ୍ୱାଧିନତା ଓ ପ୍ରାଧାନ୍ୟ ପ୍ରତିଷ୍ଠା, ମାନସିକ ଦୁଃଶ୍ଚିନ୍ତା ଦୂର କରିପାରିବେ । ରାଜନୀତି କ୍ଷେତ୍ରରେ ଶୁଭ ସମୟ ଭୋଗ ହେଉଛି । ସତ ପରାମର୍ଶ ପ୍ରାପ୍ତ ।

କର୍କଟ: ପାରସ୍ପରିକ ଉତ୍ତମ ବୁଝାମଣା ମଧ୍ୟରେ ଦିନଟି ଅତିବାହିତ କରିବେ । ଗୃହନିର୍ମାଣ କର୍ମର ଗତି ତ୍ୱରାନ୍ୱିତ ହେବ । ଋଣ ଗ୍ରହଣର ଆବଶ୍ୟକତା ଆସିପାରେ । ସାମାଜିକ ପ୍ରତିଷ୍ଠା, ଦୈହିକ ସ୍ୱସ୍ଥ୍ୟରେ ଉନ୍ନତି ଓ ରାଜନୀତିରେ ଆଦୃତି ମିଳିବ ।

ସିଂହ: ଉଚ୍ଚ ଅଭିଳାଷ ପୂରଣ ହେବାରେ ବିଳମ୍ବ ଅଛି । ଦେହ ଠିକ ରହିଲେ ବି ମନରେ ଅବସାନ ପୀଡ଼ା ଦେଇପାରେ । ଗୁରୁଜନଙ୍କ ସ୍ୱସ୍ଥ୍ୟ ସମସ୍ୟା ଚିନ୍ତା ଦେଇପାରେ । ବନ୍ଧୁଙ୍କ ସହିତ ଭୁଲ ବୁଝାମଣା, ସହକର୍ମୀଙ୍କ ଅସହଯୋଗ ଓ ଯାତ୍ରାରେ ଶୁଭ ।

କନ୍ୟା: ଦେହ ଓ ମନରେ ଅସୁସ୍ଥ ରହିବେ । କାର୍ଯ୍ୟମାନ ବିଶୃଙ୍ଖଳିତ ରହିପାରେ । ରକ୍ତଚାପ, ରକ୍ତ ଶର୍କରା ପରି ଦୀର୍ଘସ୍ଥାୟୀ ଅସୁସ୍ଥତା ବଢିବ । ପରିବାରରୁ ଅସହଯୋଗ, କର୍ମ କ୍ଷେତ୍ରରେ ଅପଯଶ ଓ ରାଜନୀତିରେ ଶାନ୍ତି ସହଯୋଗ ପାଇବେ ।

ତୁଳା: ଅମ୍ଳ ଅଜୀର୍ଣ୍ଣ କିମ୍ବା ନିମ୍ନ ଅଂଗରେ ସ୍ବାସ୍ଥ୍ୟ ସମସ୍ୟା ବଢିବ । ସନ୍ତାନ ସନ୍ତତିଙ୍କ ଦିଗରୁ କିଛି ଆସ୍ୱସ୍ତି ପାଇବେ । ଆର୍ଥିକ ସ୍ୱଚ୍ଛଳତା, ପରୋପକାରରେ ଆତ୍ମ ସନ୍ତୋଷ, ସତ ସଂପର୍କ ଓ ଗୃହୋପକରଣ କ୍ରୟର ସୁଯୋଗ ପାଇବେ ।

ବିଛା: ନିରଳସ ଭାବରେ  କାର୍ଯ୍ୟ କରିବେ ଓ ସଫଳତା ପାଇବେ । ନୂତନ ଚିନ୍ତାଧାରା, ସ୍ୱଧୀନ ମତ, ପରିବାରର ସହଯୋଗ, ସୁଖ ଭ୍ରମଣ ଓ ଆର୍ଥିକ ସ୍ୱଚ୍ଛଳତା ବଜାୟ ରହିବ।  ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା ଓ ବ୍ୟବସାୟରେ ସମୃଦ୍ଧି ଯୋଗ ।

ଧନୁ: ଅନେକ ସମସ୍ୟାର ସହଜ ସମାଧାନ କରିପାରିବେ । ଉନ୍ନତି ଆର୍ଥିକ ମାନ, ଯାତ୍ରା ସଫଳ, ସମାଦୃତି, ଲୋକ ସଂପର୍କ ବୃଦ୍ଧି, ମୂଲ୍ୟବାନ ଉପହାର ପ୍ରାପ୍ତିର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ପାରିବାରିକ ସଂପର୍କରେ ସ୍ନେହ ରହିବ ।

ମକର: ମାନସିକ ଦ୍ୱନ୍ଦ ଅବସାଦ ବଢିବ । ପରିବାର ପରିଜନଙ୍କ ସହ ମତାନ୍ତରର ସମ୍ଭାବନା ଅଧିକ । ଆର୍ଥିକ ସ୍ଥିତିରେ ସେପରି କିଛି ପରିବର୍ତ୍ତନ ହେବନାହିଁ । ନିମ୍ନ ଅଂଗରେ ବ୍ୟଥା, ଯାନ ବାହନ ସୁଖ, ରାଜନୀତିରେ ତୀବ୍ର ବିରୋଧର ସାମ୍ନା କରିବେ ।

କୁମ୍ଭ: ସ୍ୱାଧୀନ ଭାବରେ ଚିନ୍ତା ଓ କାର୍ଯ୍ୟକରିବାର ସୁ ଅବସର କର୍ମ କ୍ଷେତ୍ରରେ ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ଶାନ୍ତି ସହଯୋଗ, ଯାତ୍ରା ସଫଳ ଉଚ୍ଚ ବର୍ଗରୁ ସଦ୍ଦିଚ୍ଛା, ରାଜନୀତିରେ କ୍ଷମତା ଓ ଆଇନ ଅଦାଲତରୁ ଶୁଭଫଳ ପାଇବେ ।

ମୀନ: ପାରିବାରିକ ଭୁଲ ବୁଝାମଣା ସାମୟିକ ଭାବରେ ଆସିବ । ବିଶ୍ୱସ୍ତ ଥିବା ବନ୍ଧୁ କେହି ପ୍ରତାରିତ କରି ପାରନ୍ତି । ଆର୍ଥିକ ସ୍ୱଚ୍ଛଳତା, ସାମାଜିକ ନେତୃତ୍ୱ, ଗଠନ ମୂଳକ ପରାମର୍ଶ ପ୍ରାପ୍ତି, ପୂଜା ପାଠରେ ଆଗ୍ରହ ଓ ଦୂର ଯାତ୍ରାରେ ସଫଳ ହେବେ ।

Leave A Reply

Your email address will not be published.

ବ୍ରେକିଂ