ପ୍ରତ୍ୟୁଷ ବଳଙ୍କ ପରଲୋକ

ଭୁବନେଶ୍ଵର: ଅତ୍ୟାଧୁନିକ ମୁଦ୍ରଣ ପ୍ରେସ ଓରିପ୍ରିଣ୍ଟ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରତ୍ୟୁଷ ବଳଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ପ୍ରତ୍ୟୁଷ ବଳ ଅଫସେଟ ମୁଦ୍ରଣର ଚାହିଦାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ମୁଦ୍ରଣ ପ୍ରେସ ଓରିପ୍ରିଣ୍ଟ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରିଥିଲେ।

ଏହି ପ୍ରେସରୁ ପ୍ରଗତିବାଦୀ ଡିସେମ୍ବର ୧୯୮୯ରେ ଅଫସେଟ ମୁଦ୍ରଣ ସହ ପ୍ରକାଶ ପାଇଥିଲା। ସେ ୧୯୬୪ ମସିହା ଅକ୍ଟୋବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦୈନିକ ସମ୍ବାଦପତ୍ର  ପ୍ରଗତିବାଦୀର ଅତ୍ୟାଧୁନିକ ମୁଦ୍ରଣ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ଥିଲା।

ଶୁକ୍ରବାର ତାଙ୍କ ମରଶରୀରକୁ କଟକରୁ ଭୁବନେଶ୍ଵର ମଞ୍ଚେଶ୍ଵର ଶିଳ୍ପାଞ୍ଚଳସ୍ଥିତ ପ୍ରଗତିବାଦୀ କାର୍ଯ୍ୟାଳୟକୁ ଅଣାଯିବା ପରେ ପ୍ରଗତିବାଦୀ ପରିବାରର ସମସ୍ତ ସଦସ୍ୟ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.

ବ୍ରେକିଂ