ପ୍ରଭାତ ବେଉରିଆ ନୂତନ ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ବର  : ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ମଙ୍ଗଳବାର ଡ. ପ୍ରଭାତ ରଞ୍ଜନ ବେଉରିଆ କାର୍ଯ୍ୟରେ ଯୋଗଦେଇଛନ୍ତି।  ସେ ପୂର୍ବତନ ନିର୍ଦ୍ଦେଶକ ଭିଭି ରାଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ବେଉରିଆ ଜମ୍ମୁ, ରାଞ୍ଚି ଏବଂ ଲେହ ବିମାନବନ୍ଦରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।  ଶ୍ରୀ ବେଉରିଆ ପୂର୍ବରୁ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନବନ୍ଦରର ସଂପ୍ରସାରଣ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  କିଛିଦିନ ଧରି ଏନଏଚଆଇର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ଡେପୁଟେସନରେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ବହୁଦିନରୁ ଅସମାପ୍ତ ସ୍ବର୍ଣ୍ଣ ଚତୃଭୁଜ ସଡ଼କ ଭୁବନେଶ୍ବରରୁ ଇଚ୍ଛାପୁର ପର୍ଯ୍ୟନ୍ତ ଫୋରଲେନ କାର୍ଯ୍ୟ ସମାପ୍ତ ହୋଇଥିଲା।  ଶ୍ରୀ ବେଉରିଆ ଓଡ଼ିଶା ଭାଷାରେ ଜଣେ ଲେଖକ ଭାବେ ସୁପରିଚିତ।  ତାଙ୍କ କ୍ଷୁଦ୍ର ଗଳ୍ପର ସଂକଳନ ପଲ୍ଲାଶଫୁଲର ରଙ୍ଗ, ମାଟିର ସନ୍ୟାସୀ ପ୍ରକାଶିତ ହୋଇ ପାଠକଙ୍କ ଆଦୃତ ହୋଇଅଛି।

Leave A Reply

Your email address will not be published.

ବ୍ରେକିଂ