ଚିଙ୍ଗୁଡି ସାଲସା

 ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡି, ତେଲ, ଲୁଣ, ଅଦା, ରସୁଣ, ପିଆଜ, ଟମାଟୋ, ଦହି, ହଳଦୀ ପାଉଡର, ଲଙ୍କା ପାଉଡର, ଚାଟ୍ ମସଲା, ଗରମ ମସଲା, କଂଚା ଲଙ୍କା, ଜିରା, ଶୁଖିଲା ଲଙ୍କା, ଧନିଆ ପତ୍ର, ଦହି ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର ଏବଂ ଅଦା-ରସୁଣ ପେଷ୍ଟ ଗୋଳାଇ କିଛି ସମୟ ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ଚିଙ୍ଗୁଡି ପକାଇ ଫ୍ରାଏ କରିବେ । ଚିଙ୍ଗୁଡି ଭଲଭାବେ ଫ୍ରାଏ ହେବାପରେ ଏକ ପାତ୍ରକୁ କାଢି ରଖିବେ ।

ତାପରେ ଗ୍ୟାସ୍‌ରେ ପୁଣି କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା ଏବଂ ଶୁଖିଲା ଲଙ୍କା ପକାଇ  ଫୁଟାଇବେ । ଏହା ଫୁଟିଯିବା ପରେ ସେଥିରେ କଟା ପିଆଜ ପକାଇ,ହାଲକା ଫ୍ରାଏ କରିବେ । ତାପରେ ସେଥିରେ କଟା ରସୁଣ, କଟା ଅଦା, କଟା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ଟମାଟୋ ଏବଂ ଲୁଣ ପକାଇ ମିକ୍ସ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ, ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ଚାଟ୍ ମସଲା, ଗରମ ମସଲା ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ଚିଙ୍ଗୁଡି ପକାଇ ଗୋଳାଇବେ । ଏହାପରେ ସଥିରେ ଅଳ୍ପ ପାଣି ପକାଇବେ ।

ତାପରେ ସେଥିରେ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି, ଏକ ପାତ୍ରକୁ କାଢି ରଖିବେ । ଏହାପରେ ତା ଉପରେ ଅଳ୍ପ ଦହି ପକାଇବେ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ସାଲ୍‌ସା । ଏବେ ଗରମା ଗରମ ଏହାର ମଜା  ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ