ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ଠାକୁରମୁଣ୍ଡା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର  ଶରତ ଥାନା ଅନ୍ତର୍ଗତ କଳମଗାଡ଼ିଆ ଗ୍ରାମପଞ୍ଚାୟତ ନାକଚିଡା ଗ୍ରାମରେ ।

ଆଜି ସେହି ଗ୍ରାମର ଗୁପ ସାମାଡ଼ଙ୍କ ସ୍ତ୍ରୀ ରାଧିକା ସାମାଡ଼ଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ କଲକରି ଡାକିଥିଲେ ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ୨ କିଲୋମିଟର ଖଟିଆରେ ବୁହା ହୋଇଥିଲେ ଗର୍ଭବତୀ ।

ତେବେ,୧୦୮କର୍ମଚାରୀ ଡ୍ରାଇଭର ତପନ ମହାନ୍ତ, EMT ସୁଦୀପ ମହାନ୍ତ, ହେଲପର ଲମ୍ଵଧର ମହାନ୍ତଙ୍କ ସହିତ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ୨ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ  ଉଦଳା ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

ବ୍ରେକିଂ