ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ

ନୂଆଦିଲ୍ଲୀ: ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇସିଏମଆର ନିର୍ଦ୍ଦେଶକ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛନ୍ତି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ କହିଛନ୍ତି ।

ସେହିପରି ପିଲାମାନଙ୍କୁ ଟିକା ଦେବା ବିଷୟରେ ଏବେ ବି ଆଲୋଚନା ଓ ବିଚାରବିମର୍ଶ ଚାଲିଛି । ପିଲାଙ୍କ ବିଷୟରେ ଅଧିକ ତଥ୍ୟ ନ ମିଳିବା ଯାଏଁ ପିଲାମାନଙ୍କୁ ଟିକାକରଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ଦେଶରେ ଡେଲଟା ପ୍ଲସ ଭାରିଏଂଟର ୪୮ କେସ୍ ସାମ୍ନାକୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ମୋଟ୍ ୪୫ ହଜାର ଜେନୋମ୍ ସିକ୍ୱେନ୍ସରୁ ଏହା ମିଳିଛି । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରଏଂଟର ସର୍ବାଧିକ ୨୧ଟି କେସ୍ ଚିହ୍ନଟ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ