ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା, ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ପୁରୀ : ରାତି ପାହିଲେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ଵାର ସମ୍ନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି  । ପଥ ବି ପ୍ରସ୍ତୁତ ଅଛି । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ । ଦର୍ପଦଳନ, ତାଳଧ୍ଵଜ ଏବଂ ନନ୍ଦିଘୋଷ ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ ଅଛନ୍ତି  ।

ଆଜି ସକାଳେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାରେ ପହଞ୍ଚିଥିଲା । ତିନିବାଡ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଇଥିଲେ । ଏହାପରେ ତିନିରଥକୁ ସିଂହଦ୍ଵାର ସମ୍ମୁଖରେ ରଖାଯାଇଛି । ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଟଣାଯାଇ ସିଂହଦ୍ଵାର ସାମ୍ନାକୁ ଅଣାଯାଇଥିଲା  ।

Leave A Reply

Your email address will not be published.

ବ୍ରେକିଂ