ପୁଣି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ:  ଦେଶରେ ବେଲଗାମ ହୋଇଛି ତୈଳ ଦର ।  ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ପ୍ରତିଦିନ ନୂଆ ନୂଆ ରେକର୍ଡ ଛୁଉଁଛି ତେଲ ଦର । ନିର୍ବାଚନ ଶେଷ ହେବା ପରେ  ତୈଳ ଦରରେ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି।

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ବୃଦ୍ଧିପାଇଥିବା ବେଳେ ଡିଜେଲ ଦର ୩୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୧.୮୦ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୮୨.୩୬ ଟଙ୍କା ପ୍ରତି ଲିଟର ରହିଛି ।

ସେହିଭଳି ମୁମ୍ବାଇରେ ମଧ୍ୟ ତେଲ ଦର ବୃଦ୍ଧି ପାଇ ଶତକ ଛୁଇଁବାକୁ ଯାଉଛି । ପେଟ୍ରୋଲ ୯୮.୧୨ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୮୯.୪୮ ଟଙ୍କା ପ୍ରତି ଲିଟର । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅୟ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲଗାତାର ଭାବେ ବୃଦ୍ଧିପାଉଛି ପେଟ୍ରୋଲ ଏବଂ ଡିଜେଲ ଦର । ଗତ ଶନିବାର ଏବଂ ରବିାର ତେଲ ଦର ଅପରିବର୍ତ୍ତି ରହିବା ପରେ ପୁଣି ଥରେ ବୃଦ୍ଧି ପାଇଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ବୃଦ୍ଧି ପାଇ ୯୨.୮୧ରେ ପହଞ୍ଚିଥିବା ବେଳେ ଡିଜେଲ ଦର ୬୪ ପଇସା ବୃଦ୍ଧି ପାଇ ୯୦.୦୩ ଟଙ୍କା ପ୍ରତି ଲିଟର ରହିଛି । ଗତକାଲି ଅର୍ଥାତ ସୋମବାର ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ୩୬ ପଇସା ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.

ବ୍ରେକିଂ