ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର: ଭିଜିଲାନ୍ସ ପଞ୍ଝାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଟିମ୍‌ ମିଳିତ ଭାବରେ ଏହି ଚଢାଉ କରିଛି ।

ସନ୍ତୋଷ ସାହୁଙ୍କ କେଞ୍ଝରିଆପାଲି ସ୍ଥିତ ପୈତୃକ ବାସଭବନ ସମେତ ଲାତୁରପେଟରେ ଥିବା ଘରେ ଏକକାଳୀନ ଚଢାଉ ଜାରି ରହିଛି । ତେବେ ସନ୍ତୋଷ ସାହୁଙ୍କର ବାଘମାରିରେ ୨ ବିଲ୍ଡିଙ୍ଗର ଏକ ଘର ସହ ୧୫ ଟି ଷ୍ଟଲ ରହିଥିବାବେଳେ ଗୋଟିଏ ଚାରି ଚକିଆ ଗାଡି, ଅନେକ ସ୍ଥାନରେ ପ୍ଳଟ ମଧ୍ୟ ରହିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ