ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଗୌରବ ବଢାଉଛନ୍ତି ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ

 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରି ଆନ୍ତର୍ଜାତିକ ସ୍ତରରେ ଓଡିଶାର ଗୌରବକୁ ବଢାଉଛନ୍ତି। ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନରେ ଅପୂର୍ବ ଭାବାବେଗ ରହିଛି। ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ପରେ ଏମିତି ଢଙ୍ଗରେ ଟୁଇଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ ଟ୍ୱିଟ୍ କରି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପତାୟତ ସାହୁଙ୍କ ଭିନ୍ନମୁଖୀ କାର୍ଯ୍ୟଦକ୍ଷତା କଥା କହିଛନ୍ତି। ଦେଢ଼ ଏକର ଜମିରେ ଔଷଧୀୟ ଚାରା ଲଗାଇ ସେ ଉଦାହରଣ ପାଲଟିଛନ୍ତି। ଯାହାକୁ ଭୂୟଂସୀ ପ୍ରଶଂସା କରି ସେ ତାଙ୍କର ଖ୍ୟାତିକୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ଦେଇଛନ୍ତି ।

ଓଡ଼ିଶାର ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରି ଆନ୍ତର୍ଜାତିକ ସ୍ତରରେ ଆମ ରାଜ୍ୟର ଗୌରବ ବଢାଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ତାଙ୍କ ନିକଟରେ କୃତଜ୍ଞ ବୋଲି ଲେଖିଛନ୍ତି ପ୍ରଧାନ । ଏହି କାର୍ଯ୍ୟକ୍ରମ ଓଡ଼ିଆ ଲୋକଙ୍କୁ ଆଗକୁ ବଢିବା ପାଇଁ ତଥା କିଛି ନୂଆ କରି ଦେଖାଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ।

ପ୍ରଧାନମନ୍ତ୍ରୀ ଆଜି କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ନଦୀଗୁଡ଼ିକର ସଂରକ୍ଷଣ, ଖଦି ବସ୍ତ୍ର, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଭାରତର ବଢ଼ୁଥିବା କ୍ଷମତା ସହ ଶିକ୍ଷା, ଉଦ୍ୟମିତା, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣର ବିଭିନ୍ନ ବିଷୟରେ ଚର୍ଚ୍ଚା କରିଛନ୍ତି । ଶିକ୍ଷା ଜଗତକୁ ଯୁବପିଢ଼ିଙ୍କୁ ପ୍ରେରିତ କରିବାର ଯେଉଁ ଆଗ୍ରହ ସେ ଦେଖାଇଛନ୍ତି, ତାହା ଦ୍ୱାରା ଶିକ୍ଷା ଜଗତ ସହ ଜଡ଼ିତ ସମସ୍ତ ଲୋକେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ।

ମନ୍ କି ବାତରେ ବରେଲି ସହରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ‘ୱାନ୍ ଟିଚର, ୱାନ୍ କଲ୍‌’ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଯାହା ବୃହତ ସଂଖ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଯୋଡ଼ିବାରେ ଫଳପ୍ରଦ ହୋଇଛି । ପ୍ରାଧ୍ୟାପିକା ଦୀପମାଳା ପାଣ୍ଡେଙ୍କ ଏହି ଅନନ୍ୟ ଉଦ୍ୟମ ଆଜି ସମଗ୍ର ଦେଶ ପାଇଁ ପ୍ରେରଣା ହୋଇସାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ