୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ନୂଆଦିଲ୍ଲୀ : ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେଉଁଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ୬ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି  । କିଛି ରାଜ୍ୟରେ କୋରୋନା ସ୍ଥିତି ଏବେ ବି ଚିନ୍ତାଜନକ । ଚିନ୍ତାଜନକସ୍ଥିତିରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୋଦି । ଜଣେ ଅନ୍ୟ ଜଣଙ୍କ ଅନୁଭବରୁ ହିଁ କୋରୋନାରୁ ଜିତି ପାରିବା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂକ୍ରମଣକୁ ଆମକୁ ରୋକିବାକୁ ହେବ । କରୋନା ସହ ଲଢେଇ କରିବା ପାଇଁ ଆମକୁ ୪ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହାସହିତ ମୋଦି କହିଛନ୍ତି, କରୋନା ବିରୋଧୀ ଲଢେଇରେ ଟିକା ଆମର ଏକ ବଡ ଅସ୍ତ୍ର, ତେଣୁ ଟିକାକରଣ ପ୍ରକ୍ରିୟାର ପରିଚାଳନା ଠିକ୍ ଭାବେ ହେବା ନିହାତି ଆବଶ୍ୟକ ।

ଶିଶୁଙ୍କୁ ସଂକ୍ରମଣରୁ ରୋକିବାକୁ ହେଲେ ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜରୁରୀ । ଗ୍ରାମାଞ୍ଚଳରେ ଅଧିକ ନଜର ରଖିବାକୁ ପଡିବ । ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ସପ୍ତାହକରେ ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ମାମଲା ଆସିଛି । ୮୪ ପ୍ରତିଶତ ମୃତ୍ୟୁ ମଧ୍ୟ ଏହି ରାଜ୍ୟରୁ ଆସିଛି । ଏବେ ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଅସୁବିଧା ବଢ଼ିବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଗୁରୁତ୍ବ ଦିଆଯାଉ । ଏହି ରାଜ୍ୟମାନଙ୍କରେ ଅଧିକ RTPCR ଟେଷ୍ଟ କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ