କୁବେର ପିଏସ ବିରଞ୍ଚି ସାହୁ ନିଲମ୍ବିତ

ଭୁବେନେଶ୍ୱର:  ଚାକିରିରୁ ନିଲମ୍ବିତ ହେଲେ କୁବେର ପିଏସ୍। ଗିରଫ ପରେ ଚାକିରିରୁ ନିଲମ୍ବିତ ହେଲେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଶନିବାର ସକାଳରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। କୋଟି କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଓଏସ୍‌ଏସ୍‌ସି  ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏହା ଛଡ଼ା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ଘର । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ ଟି ବାଇକ୍‌, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

 

Leave A Reply

Your email address will not be published.

ବ୍ରେକିଂ