ପ୍ରୋଟିନ୍ ସାଲାଡ୍

ଆବଶ୍ୟକ ସାମଗ୍ରୀ-

ବୁଟ ଗଜା, ମୁଗ ଗଜା, ପିଆଜ, ଲେମ୍ବୁ ରସ, ଧନିଆ ପତ୍ର, ପନିର, ଟମାଟୋ, ଭଜା ବାଦାମ୍‌, କଂଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, କଂଚା ଆମ୍ବ , ଭଜା ଜିରା ପାଉଡର, କଳା ଲୁଣ, ଲୁଣ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ବୁଟ ଏବଂ ମୁଗକୁ ଭିଜାଇ ଗଜା ପ୍ରସ୍ତୁତ କରିବେ । ଏହାପରେ ଏକ ବଡ ପାତ୍ର ନେଇ ସେଥିରେ ବୁଟ ଗଜା , ମୁଗ ଗଜା ,ଛୋଟ ଛୋଟ କଟା ହୋଇଥିବା କଂଚା ପନିର୍‌, କଟା ପିଆଜ, କଟା ଟମାଟୋ, କଟା କଂଚା ଲଙ୍କା, ଭଜା ବାଦାମ୍‌, କଟା ଧନିଆ ପତ୍ର, ଛୋଟଛୋଟ କଟା ହୋଇଥିବା ଅଳ୍ପ କଂଚା ଆମ୍ବ, କଳା ଲୁଣ, ଭଜା ଜିରା ପାଉଡର, ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା, ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରିବେ । ପ୍ରସ୍ତୁତ ହୋଇଗଲା ପ୍ରୋଟିନ୍ ସାଲାଡ୍ । ଏବେ ଏହାର ଚଟ୍‌ପଟା ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ