ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା

କାନ୍ଦାହାର : ପୁଲିତଜର ପୁରସ୍କାର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା । ଆଫଗାନିସ୍ତାନର କାନ୍ଦାହାରର ସ୍ପିନ୍ ବୋଲ୍ଡକ ଅଞ୍ଚଳରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ରାୟଟର୍ସର ପାଇଁ କାର୍ଯ୍ୟ କରୁଥିଲେ । ଆଫାଗାନିସ୍ତାନରେ ଜାରି ରହିଥିବା ହିଂସାର କଭରେଜ କରିବାକୁ ସିଦ୍ଧିକ ସେଠାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ଦିଲ୍ଲୀରେ ରହୁଥିବା ସିଦ୍ଦିକ ପ୍ରଥମେ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିବା ବେଳେ ପରେ ଫଟୋ ସାମ୍ବାଦିକତାକୁ ଆପଣାଇ ଥିଲେ ।

୨୦୧୮ ରେ ସିଦ୍ଦିକ ନିଜ ସହଯୋଗୀ ଅଦନାନ୍ ଆବିଦଙ୍କ ସହ ପ୍ରଥମ ଭାରତୀୟ ଭାବେ ପୂଲଟିଜର ପୁରସ୍କାର  । ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟା ମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ ।

ସୂଚନାଯୋଗ୍ୟ ଦାନିଶ ନିଜର ଟ୍ବିଟର ହାଣ୍ଡେଲରେ ୧୩ ଜୁଲାଇରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ ପୁରା ଆଫଗାନିସ୍ତାନରେ ଲଢେଇ ଜାରି ରହିଛି। ମୁଁ ସ୍ପେଶାଲ ଫୋର୍ସ ସହିତ ରହିଛି। ଏକ ମିଶନ୍‌ରେ ଏହି ଯୁବପୀଢିଙ୍କ ସହ ରହିଛି। ଆଜି କାନ୍ଦାହାରରେ ଫୋର୍ସେସ୍ ରେସକ୍ୟୁ ମିଶନ୍‌ରେ ଥିଲା। ଏହା ପୂର୍ବରୁ ଏହି ଲୋକମାନେ କମ୍ବାଟ ମିଶନରେ ଥିଲେ।

ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ୍ ମାମୁନଜଇଦ୍ ଶୁକ୍ରବାର ଏସମ୍ପର୍କରେ ନିଜର ଟ୍ବିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ହତ୍ୟା କିଭଳି ଓ କେଉଁ କାରଣରୁ ହେଲା ତାହାର କୌଣସି ସୂଚନା ମିଳିପାରି ନାହିଁ । ଗୁରୁବାର ରାତିରେ ଦାନିଶଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ମୁଁ ଖୁବ୍ ଦୁଃଖିତ। ଭାରତୀୟ ସାମ୍ବାଦିକ ଓ ପୁଲିତଜର ପୁରସ୍କାର ବିଜେତା ଦାନିଶ ସିକ୍ୟୁରିଟି ଫୋର୍ସ ସହିତ ଥିଲେ। ମୁଁ ତାଙ୍କୁ ଦୁଇ ସପ୍ତାହ ତଳେ ଦେଖା କରିଥିଲି। ସେ କାବୁଲ ଯାଇଥାନ୍ତେ । ଦାନିଶଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଦାନିଶ ମୁମ୍ବାଇରେ ରୁହନ୍ତି। ତାଙ୍କୁ ରଏଟର୍ସ ଫଟୋଗ୍ରାଫି ଷ୍ଟାଫ୍ ସହିତ ପୁଲିତଜର ଆଓ୍ବାର୍ଡ ମଧ୍ୟ ପାଇଥିଲେ। ସେ ଦିଲ୍ଲୀର ଜାମିୟା ମିଲିୟା ଇସଲାମିକ୍ ୟୁନିଭର୍ସିଟିରୁ ଇକୋନୋମିକ୍ସରେ ଗ୍ରାଜୁଏସନ୍ କରିଥିଲେ। ୨୦୦୭ ରେ ସେ ଜାମିୟା ମାସ୍ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରୁ ମାସ୍ କମ୍ୟୁନିକେସନରେ ଡିଗ୍ରୀ କରିଥିଲେ। ସେ ଟିଭିରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।  ୨୦୧୦ ରେ ରଏଟର୍ସରେ କାମ କରିବା ଆରମ୍ଭ କରିଥିଲେ।

Leave A Reply

Your email address will not be published.

ବ୍ରେକିଂ