ପଞ୍ଜାବରୁ ୩ ଆତଙ୍କବାଦୀ ଗିରଫ

ଚଣ୍ଡୀଗଡ: ପଞ୍ଜାବରୁ ଗିରଫ ହେଲେ ୩ ଆତଙ୍କବାଦୀ । ତରନତାରନ ଜିଲ୍ଲାରେ ୩ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହିତ ଗିରଫ କରିଛି ପଞ୍ଜାବ ପୋଲିସ । ୩ ଆତଙ୍କବାଦୀ ଏକ ବଡଧରଣର ବିସ୍ଫୋରଣ କରି ପଞ୍ଜାବ ଦୋହଲାଇବାକୁ ଯୋଜନା କରିଥିଲେ । ପୋଲିସ ସମଗ୍ର ଅଞ୍ଚଳରେ ତଲାଶୀ ଅଭିଯାନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏହି ତିନି ଆତଙ୍କବାଦୀ ପଞ୍ଜାବର ମୋଗା ଜିଲ୍ଲାରେ ରହୁଥିଲେ । ସେମାନଙ୍କ ନାମ କୁଲବିନ୍ଦର ସିଂହ, କମଲପ୍ରିତ ସିଂହ ଓ କମ୍ବର ପାଲ ସିଂ ବୋଲି ଜଣାପଡିଛି । ତରନତାରତର ଏସଏସପି ଉପିନ୍ଦରଜୀତ ସିଂ ଘୁମ୍ମଣ କହିଛନ୍ତି, ରାତିରେ ଥାନା ଭିଖିଭିଣ୍ଡ ପ୍ରଭାରୀ ଇନସ୍ପେକ୍ଟର ନବଦୀପ ସିଂହ ଭଟ୍ଟୀ ନିଜ ଟିମ ସହିତ ଗସ୍ତ କରୁଥିଲେ । ଜିଲ୍ଲାର ଭଗବାନପୁରା ଗାଁ ନିକଟରେ ଟିମକୁ ସନ୍ଦେହ ହେବାରୁ ଏକ କାର୍ କୁ ଅଟକାଇଥିଲା । ସେଥିରେ ୩ ଜଣ ଥିଲେ । ପରେ ସନ୍ଧାନ ପରେ ସେମାନଙ୍କ ନିକଟରୁ ହତିଆର ଓ ବିସ୍ଫୋଟକ ଜବତ ହୋଇଥିଲା । ତଦନ୍ତ ସମୟରେ ଗୋଟିଏ ପିସ୍ତଲ, ୯ ଏମଏମ ଗୁଳି, ବିଦେଶୀ ହଥଗୋଳା ଓ ବିସ୍ଫୋଟକ ସାମଗ୍ରୀ ଜବତ କରିଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ